ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ଆର୍ଥିକ ବଜେଟ୍

ଶବ୍ଦମିଡ଼ିଆ ବ୍ୟୁରୋ: ବିଧାନସଭାରେ ଆଜି ଆଗତ ହେବ ଚଳିତ ବର୍ଷର ବଜେଟ୍ । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ ଭରସା କରିବାକୁ ପଡିପାରେ । ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିବେ ବୋଲି ସୂଚନା ମିଳିଛି । ଗତବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା ।

ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଆସିବ ବୋଲି ଆକଳନ କରାଯାଇଛି । ଟିକସ ଭାଗ ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ଚଳିତ ବର୍ଷ ୧୦ ହଜାର କୋଟି ଟଙ୍କା ଅଧିକ ପାଇବ । କିନ୍ତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ ବୋଲି ଆଳକନ କରାଯାଇଛି । ବଜେଟରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।

You May Also Like

More From Author

+ There are no comments

Add yours