ମହିଳା ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଶବ୍ଦ ଓଡିଶା ବ୍ୟୁରୋ: ଟିମ୍ ଇଣ୍ଡିଆ ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ । ଗ୍ରୁପ୍-୨ରୁ ଇଂଲଣ୍ଡ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଯାଇଛି । ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ ଆୟରଲାଣ୍ଡ ୫ ରନରେ ହରାଇ ଦେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ସ୍ମୃତି ମନ୍ଧାନାଙ୍କ ୮୭ ରନ୍ ବଳରେ ୬ ୱିକେଟରେ ୧୫୫ ରନ୍ କରିଥିଲା ଭାରତ । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆୟରଲାଣ୍ଡ ପ୍ରଥମ ବଲରେ ୱିକେଟ ହରାଇଥିଲା ।
ତେବେ ୮ ଦଶମିକ ୨ ଓଭର ବେଳକୁ ଆୟରଲାଣ୍ଡ ସ୍କୋର ୨ ୱିକେଟରେ ୫୪ ରନ୍ ସ୍କୋର ଥିଲା । ହେଲେ ବର୍ଷା ଆରମ୍ଭ ହୋଇଯାଇଥିଲା, ଫଳରେ ଖେଳ ବନ୍ଦ ରଖିବାକୁ ପଡ଼ିଥିଲା । ବର୍ଷା ଆଉ ନଛାଡ଼ିବାକରୁ ଡିଏଲଏସ୍ ନିୟମ ଅନୁଯାୟୀ ଆୟରଲାଣ୍ଡ ଆଉ ୫ ରନ୍ ପଛୁଆ ଥିଲା । ଫଳରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ଲଗାତର ତୃତୀୟ ଥର ପାଇଁ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ । ସେମିଫାଇନାଲରେ ଗୁରୁବାର ଅଷ୍ଟ୍ରେଲିଆ ଭେଟିବ ଟିମ୍ ଇଣ୍ଡିଆ ।

You May Also Like

More From Author

+ There are no comments

Add yours