Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ବ୍ୟାଙ୍କ ଏପରି ସ୍ଥାନ ଯେଉଁଠି ସାଧରଣ ଲୋକଟିଏ ଠାରୁ ଆରମ୍ଭ କରି ପ୍ରତିପତିଶାଳୀ ଲୋକଟିଏ ହେଲେ ମଧ୍ୟ ଅଳ୍ପ ହେଉ ବହୁତ ସମସ୍ତଙ୍କର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ରହିଥାଏ।ଏହା ମଧ୍ୟରେ ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତାହେଲେ ତୁରନ୍ତ ଏହି କାମ ଶେଷ କରିଦିଅନ୍ତୁ। କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ୧୨ ଦିନ ପାଇଁ ବନ୍ଦ ରହିବାକୁ ଯାଉଛି ବ୍ୟାଙ୍କ। ଛୁଟି କାରଣରୁ ବ୍ୟାଙ୍କ ସମ୍ବନ୍ଧୀୟ ଅନେକ କାର୍ଯ୍ୟ ପ୍ରଭାବିତ ହୋଇପାରେ।

ଯଦିଓ ଛୁଟି ସମୟରେ ଅନଲାଇନ୍ ବ୍ୟାଙ୍କ ସେବା ଜାରି ରହିବ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୨୦୨୩ ମାର୍ଚ୍ଚ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦୨୩ ମାର୍ଚ୍ଚରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ରବିବାରକୁ ମିଶାଇ ୧୨ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ମାର୍ଚ୍ଚ ୭ ଏବଂ ୮ ତାରିଖରେ ହୋଲି ପର୍ବ ପାଳନ ହେବାକୁ ଯାଉଛି। ଯେଉଁଥିପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ମାର୍ଚ୍ଚ ୫ ୧୨, ୧୯, ୨୬ ତାରିଖ ରବିବାର ପଡ଼ୁଛି। ସେହିପରି ୧୧ ଏବଂ ୨୫ ତାରିଖରେ ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ପଡୁଛି।ବିଭିନ୍ନ ରାଜ୍ୟରେ ୨୨ ମାର୍ଚ୍ଚରେ ବିଭିନ୍ନ ପର୍ବ ତଥା ୩୦ ମାର୍ଚ୍ଚରେ କେତେକ ସ୍ଥାନରେ ରାମ ନବମୀ ଅବସରରେ ବ୍ୟାଙ୍କ ବନ୍ଦ ରହିବ। କିଛି ଆଞ୍ଚଳିକ ଛୁଟି ସହିତ ବ୍ୟାଙ୍କ ସମସ୍ତ ସରକାରୀ ଛୁଟି ଦିନରେ ବନ୍ଦ ରହିବ। ଆଞ୍ଚଳିକ ଛୁଟି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥାଏ। ଛୁଟି ସମୟରେ ଜାରି ରହିବ ଅନଲାଇନ ବ୍ୟାଙ୍କ ସେବା :

ଆଶ୍ୱସ୍ତିର କଥା ଏହା ଯେ, ଅନଲାଇନ୍ କାରବାର ସେବା ଯଥା ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍, ଇଣ୍ଟରନେଟ୍ ବ୍ୟାଙ୍କିଂ (ଅନ୍ଲାଇନ୍ ଟ୍ରାନ୍ସଫର) ସେବା ଜାରି ରହିବ। ହେଲେ କିନ୍ତୁ ଚେକବୁକ୍-ପାସବୁକ୍ କାର୍ଯ୍ୟ ପ୍ରଭାବିତ ହୋଇପାରେ।
ଆପଣ ନେଟ୍ ବ୍ୟାଙ୍କିଂ, ଏଟିଏମ୍, ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କର ଆର୍ଥିକ କାରବାର କରିପାରିବେ।
ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏହାକୁ ନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।
ଗୋଟିଏ ବ୍ୟାଙ୍କ ଖାତାରୁ ଅନ୍ୟ ଏକ ବ୍ୟାଙ୍କ ଖାତାକୁ ଟଙ୍କା ସ୍ଥାନାନ୍ତର କରିବାକୁ ହେଲେ ଆପଣ ୟୁପିଆଇ ବ୍ୟବହାର କରିପାରିବେ। ଆପଣ ସହଜରେ କ୍ରେଡିଟ୍, ଡେବିଟ୍ କାର୍ଡ ମଧ୍ୟ ବ୍ୟବହାର କରିପାରିବେ।

ବ୍ୟାଙ୍କ ଛୁଟି ତାଲିକା-ମାର୍ଚ୍ଚ ୨୦୨୩ :

୩ ମାର୍ଚ୍ଚ: ଚାପର ଚଟ କୁଟ
୫ ମାର୍ଚ୍ଚ: ରବିବାର
୭ ମାର୍ଚ୍ଚ: ହୋଲିକା ଦହନ
୮ ମାର୍ଚ୍ଚ: ହୋଲି
୯ ମାର୍ଚ୍ଚ: ହୋଲିର ଦ୍ୱିତୀୟ ଦିନରେ ପାଟନାରେ ଛୁଟିଦିନ
୧୧ ମାର୍ଚ୍ଚ: ଦ୍ୱିତୀୟ ଶନିବାର
୧୨ ମାର୍ଚ୍ଚ: ରବିବାର
୧୯ ମାର୍ଚ୍ଚ: ରବିବାର
ମାର୍ଚ୍ଚ ୨୨: ବିଭିନ୍ନ ରାଜ୍ୟରେ ପର୍ବ
ମାର୍ଚ୍ଚ ୨୫: ଚତୁର୍ଥ ଶନିବାର
ମାର୍ଚ୍ଚ ୨୬: ରବିବାର
୩୦ ମାର୍ଚ୍ଚ: ରାମ ନବମୀ

By

Leave a Reply

Your email address will not be published. Required fields are marked *