ବିଧାନସଭା ବଜେଟ୍ ଅଧିବେଶନ ଆଜିଠୁ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଶବ୍ଦ ଓଡିଶା ବ୍ୟୁରୋ:ବିଧାନସଭା ବଜେଟ୍ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ। ମୁଖ୍ୟତଃ ନବ ଦାସ ହତ୍ୟା ଘଟଣାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

ଶାସକ ବିଜେଡିର ଗୁମର ଖୋଲିବାକୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ପରାମର୍ଶରେ ପ୍ରସ୍ତୁତି କରିଛି ବିଜେପି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବି ଶାସକ ଦଳକୁ କାଠଗଡ଼ାରେ ଛିଡା କରିବାକୁ ଚେଷ୍ଟା କରିବ ବିଜେପି। ଏହାବାଦ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, ଚାଷୀ ସମସ୍ୟା, ଧାନ କିଣାରେ ଦୁର୍ନୀତି, ଧାନର ଅଭାବୀ ବିକ୍ରି, ତିର୍ତ୍ତୋଲର ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି।

କଂଗ୍ରେସ ମଧ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଛି।

You May Also Like

More From Author

+ There are no comments

Add yours