ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬ ଦଶମିକ ୪ ରହିଥିବା ବେଳେ ଅନ୍ୟ ଏକ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ଦଶମିକ ୮ ମପାଯାଇଛି । ସିରିଆ ଓ ଲେବାନନରେ ମଧ୍ୟ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବାର ଖବର ମିଳିଛି । କିଛି ଘର ମଧ୍ୟ ଭୁଷୁଡ଼ିପଡ଼ିଥିବାର ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours