ଗଂଜାମ ଜିଲ୍ଲା PRI ନିର୍ବାଚନ ପ୍ରତିନିଧି ଓ ଅଧିକାରୀ ବାଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନତୀ ମୂଳକ କାର୍ଯ୍ୟ ପରିଦର୍ଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଗଂଜାମ ଜିଲ୍ଲା ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କ ସହ ବାଣପୁର ବ୍ଲକର ଭେଟେଶ୍ୱର,ଗାଲୁଆ ଓ ଗମ୍ଭାରିମୁଣ୍ଡା ପଞ୍ଚାୟତରେ ସରକାରଙ୍କ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଯୋଜନା ଦେଖିବା ସହ ପ୍ରତ୍ୟେକ ପଞ୍ଚାୟତର ମିଶନ୍ଶକ୍ତି ସଦସ୍ୟାଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲା ପି ଆର ଆଇ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକ୍ରମ ସମୟରେ ବାଣପୁର ବ୍ଲକ ବି ଡି ଓ. ବୁଲବୁଲ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଂଯୋଜନା କରିଥିଲେ। ବାଣପୁର ବ୍ଲକର ମିଶନଶକ୍ତି ସଂଯୋଜିକା ରଶ୍ମିତା ଇନ୍ଦ୍ରଜିତ, ଜିବନଜୀବିକା ସଂଯୋଜକ ଶିବ ପ୍ରଶାଦ ଢାଲି ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ସରପଞ୍ଚ ଭେଟେଶ୍ୱର ସାବିତ୍ରୀ ଭୋଳ, ଗାଲୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶୁରେଷ କୁମାର ବାରିକି,ଯୁବନେତା ଯିତେନ୍ଦ୍ର ଭୋଳ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।
ଗଂଜାମ ଜିଲ୍ଲାର ପଂଚାୟତ ନିର୍ବାଚନ ପ୍ରତିନିଧି ଭେଟେଶ୍ୱର ଗ୍ରାମ ପଂଚାୟତର ଭେଟେଶ୍ବର ଗ୍ରାମ ଆଦର୍ଶ ପୁଷ୍କରଣୀ,ବାଂଳୋଇ ଗ୍ରାମ ଆଦର୍ଶ ପୁଷ୍କରଣୀ,ଗମ୍ଭାରୀମୁଣ୍ଡା ପଂଚାୟତର ପଙ୍କାଳ ଗ୍ରାମରେ ମତ୍ସ୍ୟଉତ୍ପାଦନ କେନ୍ଦ୍ର ସହ ଛତୁଚାଷ, ଆମ୍ବ କଦଳୀ ,ଲେମ୍ବୁ ଓ ନଡିଆ ଚାଷ କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରତ୍ୟକ ପଂଚାୟତର ଏମ ବି କେ ,ସି ଆର ପି ସମେତ ସାଧାରଣ ଜନତାଙ୍କ ସମାବେଶ ଥିଲା।

You May Also Like

More From Author

+ There are no comments

Add yours