କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ନିର୍ମାଣ କରୁଛନ୍ତି ସ୍ୱପ୍ନର ସହର। ଭାରତ ପାଇଁ ଏଥିପାଇଁ ଖାସ ଜାଣନ୍ତୁ…

ଶବ୍ଦ ଓଡିଶା ବ୍ୟୁରୋ: ସାଉଦି ଆରବର ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ୍ ସାଉଦର ରାଜଧାନୀ ରିଆଦରେ ନିଜର ସ୍ୱପ୍ନର ସହର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ପ୍ଲାନର କାମର ଶୁଭାରମ୍ଭ ହୋଇସାରିଛି । ବିଶ୍ୱର ସବୁଠାରୁ ବଡ ଆଧୁନିକ ସହରର ବିକାଶ ପାଇଁ ସେ ନ୍ୟୁ ମୁରବାବ କମ୍ପାନୀର ଶୁଭାରମ୍ଭ ନେଇ ଘୋଷଣା କରିଥିଲେ । ଏକ ରିପୋର୍ଟ ଅନୁସାରେ ଏହା ସହରର ନିର୍ମାଣ କାମ ଆଗାମୀ ୭ ବର୍ଷ ମଧ୍ୟରେ ଶେଷ ହେବ।
୨୦୩୦ ସୁଦ୍ଧା ଏହି ପ୍ରକଳ୍ପର କାମ ଶେଷ ହୋଇଯିବ । ଦେଶର ଜିଡିପି ୧୮୦ ବିଲିୟନ ସାଉଦି ରିଆଲ ଅର୍ଥାତ ପାଖାପାଖି ୪୮.୬ ବଲିୟନ ଡଲାର ଯୋଡାଯିବା ପାଇଁ ଚିନ୍ତା କରାଯାଇଛି । ଭାରତ ପାଇଁ ଏହା ସ୍ୱପ୍ନର ସହର । କାରଣ ଏଥିପାଇଁ ଖାସ ହୋଇଥାଏ ଯେ ଏହାର ନିର୍ମାଣ କାମରେ ଲକ୍ଷ ଲକ୍ଷ ଭାରତୀୟ କାମ କରୁଛନ୍ତି । ଏମାନଙ୍କୁ ମଧ୍ୟ ଏଥିରୁ ବହୁତ ବଡ ଫାଇଦା ମିଳିବ ।

୮ ଶହ ଅରବ ଡଲାରର ସହର: ସାଉଦି ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ଏହି ମେଗା ପ୍ରକଳ୍ପ ଜରିଆରେ ଚାହୁଁଛନ୍ତି ଯେ, ରାଜଧାନୀ ରିଆଦର ଆକାର ଏବଂ ଏଠାରେ ରହୁଥିବା ଲୋକଙ୍କ ସଂଖ୍ୟାକୁ ୨୦୩୦ ସୁଦ୍ଧା ଦ୍ୱିଗୁଣିତ କରାଯିବ । ଏଥିପାଇଁ ସେ ଦେଶରେ ନୂଆ ଯୋଜନା ଆରମ୍ଭ କରିଛନ୍ତି । ରିଆଦରେ ଡାଉନଟାଉନ ଅଞ୍ଚଳରେ ବିକାଶ କରିବା ପାଇଁ ପାଖାପାଖି ୮ ଶହ ଅରବ ଡଲାର ନିବେଶ କରିବା ପାଇଁ ଯାଉଛନ୍ତି ।

ସହରରେ ରହିଛି ଏମିତି ବ୍ୟବସ୍ଥା: ଏହି ସ୍ୱପ୍ନର ସହରରେ ଗୋଟିଏ ନୂତନ ଉନ୍ନତ ଜ୍ଞାନକୌଶଳ ଥିବା ବିଶ୍ୱବିଦ୍ୟାଳୟ, ଗୋଟିଏ ସଂଗ୍ରହାଳୟ ରହିବ । ସହର ମଧ୍ୟରେ ସାଂସ୍କୃତିକ ଏବଂ ମନୋରଞ୍ଜନସ୍ଥଳକୁ ବୃଦ୍ଧି କରାଯିବ । ଏଠାରେ ଗୋଟିଏ ଅନେକ ସୁବିଧା ଥିବା ଥିଏଟର ମଧ୍ୟ ରହିବ । ମେଗା ସିଟି ପ୍ରୋଜେକ୍ଟ ରିଆଦର ୧୯ ବର୍ଗ କିଲୋମିଟର କ୍ଷେତ୍ରରେ ଏହା ରହିବ । ଏଥିପାଇଁ ଏକ କମ୍ପାନୀ ମଧ୍ୟ ଦୁଇ ଦିନ ତଳେ ଆରମ୍ଭ କରାଯାଇଛି ।

ନ୍ୟୁ ମୁରବାବ ପ୍ରକଳ୍ପ: ସାଉଦିକୁ ଆଶା ରହିଛି ଏହି ସହର ହେବା ଦ୍ୱାରା ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିବ । ସାଉଦି ୟୁଏଇର ଦୁବାଇ ଏବଂ ଆବୁଧାବିର ବରକ୍ସରେ ଗୋଟିଏ ମହାନଗର ନିଗମ ନିର୍ମାଣ କରିବାକୁ ଚାହୁଁଛି । ଏହି ପ୍ରକଳ୍ପରେ ଅତ୍ୟାଧୁନିକ ସୁଖ, ସୁବିଧା ଥିବା ଏକ ସହର ପ୍ରତିଷ୍ଠା ହେବ । ଏହାର ନାମକରଣ ନିୟୋମ ରଖାଯାଇଛି । ଏହି ପ୍ରକଳ୍ପରୁ ସାଉଦିକୁ ବଡ ଆଶା ରହିଛି ।

ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ: ସାଉଦି ଆରବର ରାଜଧାନୀ ରିଆଦର ଏହି ମେଗା ପ୍ରକଳ୍ପ ପାଇଁ ୩.୩୪ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଏଥିରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ । ସେଠାରେ ବର୍ତ୍ତମାନ ୨୫ ଲକ୍ଷରୁ ଅଧିକ ଭାରତୀୟ କାମ କରୁଛନ୍ତି । ଏହି ପ୍ରକଳ୍ପରେ କାମ କରିବାକୁ ଥିବା ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିବ ।

You May Also Like

More From Author

+ There are no comments

Add yours