ଆରବିଆଇ ମନିଟାରୀ ପଲିସି ଘୋଷଣା:ବ୍ୟାଙ୍କ ମନ ଇଚ୍ଛା ଲଗାଇ ପାରିବ ନାହିଁ ଫାଇନ

ଶବ୍ଦମିଡ଼ିଆ ବ୍ୟୁରୋ:ରେପୋରେଟ୍‌କୁ ପୁଣି ୨୫ ବେସିସ୍ ପଏଣ୍ଟ ବଢ଼ାଇଛି ରିଜର୍ଭ ବ୍ୟାଙ୍କ୍। ଫଳରେ ବ୍ୟାଙ୍କ ଲୋନ୍ ମହଙ୍ଗା ହୋଇଛି। ପୂର୍ବ ଅପେକ୍ଷା ଆପଣଙ୍କୁ ଋଣ ପାଇଁ ଅଧିକ ଇଏମ୍‌ଆଇ ଦେବାକୁ ପଡ଼ିବ।ହେଲେ ଅନେକ ସମୟରେ ଠିକ୍ ସମୟରେ ଇଏମ୍ଆଇ ନ ଭରିବାରୁ ବ୍ୟାଙ୍କ କିମ୍ବା ଏନ୍‌ବିଏଫ୍‌ସି(ନନ୍‌ ବ୍ୟାଙ୍କ ଫାଇନାନ୍ସିଆଲ୍ ଇନ୍‌ଷ୍ଟିଚ୍ୟୁସନ)ଗୁଡିକ ଗ୍ରାହକଙ୍କ ଉପରେ ମନ ଇଚ୍ଛା ଫାଇନ ପକାଇଥାନ୍ତି।

ବାଧ୍ୟ ହୋଇ ଗ୍ରାହକଙ୍କୁ ଏହି ପେନାଲ୍ଟି ଦେବାକୁ ପଡ଼ିଥାଏ। ଏବେ ଆର୍‌ବିଆଇ ଏହି ଫାଇନ୍‌ ଉପରେ କଟକଣା ଲଗାଇବ।

ଫଳରେ ଉଚିତ ସମୟରେ EMI ନ ଦେଇଥିବା ଗ୍ରାହକଙ୍କ ଉପରେ ବ୍ୟାଙ୍କ କିମ୍ବା ଏନ୍‌ବିଏଫ୍‌ସିଗୁଡିକ ଆଉ ମନ ଇଚ୍ଛା ଆଉ ଫାଇନ ଲଗାଇ ପାରିବେ ନାହିଁ। ଏଥିପାଇଁ ଫାଇନ୍ ରାଶି କେତେ ହେବ ତାହା RBI ସ୍ଥିର କରିବ ବୋଲି ମନିଟାରି ପଲିସି କମିଟିରେ ନିଷ୍ପତ୍ତି ହୋଇଛି। କାରଣ ଏନ୍‌ବିଏଫ୍‌ସି ଦ୍ୱାରା ଲଗାଯାଉଥିବା ଫାଇନ ଏକ ଆୟର ଜରିଆ ହେବା ଉଚିତ ନୁହେଁ ବୋଲି RBI କହିଛି।

ପେନାଲ୍ଟି ଚାର୍ଜ ରୋଜଗାରର ପନ୍ଥା ହେବା କଥା ନୁହେଁ

ମନିଟାରି ପଲିସିର ଘୋଷଣା ବେଳେ RBI ଗଭର୍ଣ୍ଣରନ ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ସମୟରେ ଉଚିତ ସମୟରେ ଋଣ ପରିଷୋଧ ନ କରିପାରିଲେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥା ପେନାଲ୍ଟି ଚାର୍ଜ ଲଗାଇବାର ପିଲିସି ରହିଛି। କିନ୍ତୁ ଏହି ସଂସ୍ଥାଗୁଡ଼ିକ ନିଜ ନିଜ ପିଲିସ ଅନୁସାରେ ପେନାଲ୍ଟି ଲଗାଉଛନ୍ତି। ଫଳରେ ଅନେକ ସମୟରେ ପେନାଲ୍ଟି ଚାର୍ଜ ବହୁତ ଅଧିକା ହୋଇଯାଉଛି।

ଏଭଳି ସ୍ଥିତିରେ ପେନାଲ୍ଟି ଆଦାୟ କ୍ଷେତ୍ରରେ ପାରଦର୍ଶିତା ବଢାଇବା, ଉପଭୋକ୍ତାଙ୍କର ହିତର ରକ୍ଷା ପାଇଁ ପେନାଲ୍ଟି ଚାର୍ଜ ନେଇ ଅଂଶିଦାରଙ୍କ ସହ ଆଲୋଚନା କରାଯିବ। ଏହାପରେ ଏ ସମ୍ପର୍କିତ ଏକ ଗାଇଡ୍‌ଲାଇନ ଜାରି କରାଯିବ ବୋଲି RBI ଗଭର୍ଣ୍ଣର କହିଛନ୍ତି। ଯଦି ଏପରି ହେଲା ଋଣ ଆଦାୟ ପାଇଁ ସୁଧ ହାର ଉପରେ ପେନାଲ୍ଟିକୁ ସୁଧ ଦର ଭାବରେ ଆଦାୟ କରାଯାଇ ପାରିବ ନାହିଁ। ପେନାଲ୍ଟି ଚାର୍ଜ ଅଲଗା ଭାବେ ଆଦାୟ କରାଯିବ ଓ ବାକିଥିବା ପ୍ରିନ୍ସିପାଲ ଆମାଉଣ୍ଟରେ ଯୋଡ଼ାଯାଇପାରିବ ନାହିଁ।

RBI Monetary Policy Review

You May Also Like

More From Author

+ There are no comments

Add yours