ଫେସବୁକରେ ହଜାର ହଜାର କର୍ମଚାରୀଙ୍କୁ ମିଳିଛି ଖରାପ ରେଟିଂ, ହୋଇପାରେ ବଡଧରଣର ଛଟେଇ!

ଶବ୍ଦ ଓଡିଶା ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ମାଲିକ ମେଟା କମ୍ପାନୀ ପୁଣିଥରେ ଛଟେଇ କରିପାରେ । ପାଖାପାଖି ୧୧ ହଜାର କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ବିଦା କରାଯାଇସାରିଥିବା ବେଳେ ଆହୁରି ଅନେକ କର୍ମଚାରୀଙ୍କୁ ବିଦା କରାଯିବ ବୋଲି ସୂଚନା ମିଳିଛି । ଖରାପ ପ୍ରଦର୍ଶନ କାରଣରୁ ଏମାନଙ୍କୁ ବିଦା କରାଯାଇଥିବା ଜଣାପଡିଛି । ସେମାନଙ୍କ ପ୍ରଦର୍ଶନର ଅନୁଶୀଳନ କରିବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ।

ମେଟା ନିକଟରେ କମ୍ପାନୀରେ କର୍ମଚାରୀଙ୍କ ଅନୁଶୀଳନ କରିଛି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ କର୍ମଚାରୀଙ୍କ ପ୍ରଦର୍ଶନର ଅନୁଶୀଳନ କରାଯାଇଥିଲା । ଏହାର ଆଧାରରେ ପାଖାପାଖି ୭ ହଜାର କର୍ମଚାରୀଙ୍କୁ ଖରାପ ରାଙ୍କିଂ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ମେଟା ବୋନସ ମ୍ୟାଟ୍ରିକକୁ ମଧ୍ୟ ହଟାଇଦିଆଯାଇଛି । କମ ରେଟିଂ ମିଳିବା ଅର୍ଥ ପୁଣି ଥରେ ମେଟା କମ୍ପାନୀରୁ କର୍ମଚାରୀଙ୍କ ଛଟେଇ ହେବ ।

ମେଟାର ପ୍ରବକ୍ତାଙ୍କ କହିବା କଥା ଯେ କମ୍ପାନୀ ପାଖରେ ଉନ୍ନତ ପ୍ରଦର୍ଶନ ପାଇଁ ଏକ ଗୋଲ-ବେଷ୍ଟେଡ ଷ୍ଟ୍ରକଚର ରହିଛି । କମ୍ପାନୀରେ କର୍ମଚାରୀଙ୍କ ଅନୁଶୀଳନ କରିବାର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ଦକ୍ଷତାର ଅନୁଶୀଳନ କରିବା । ଯେଉଁମାନେ ଦୀର୍ଘ ସମୟ ଆଉ ଉନ୍ନତ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ କମ୍ପାନୀ ଆଉ ଗୋଟିଏ ପାଦ ଆଗକୁ ନେବାକୁ ଚେଷ୍ଟାକରିବ । କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ୨୦୨୩କୁ ଇୟର ଅଫ୍ ଏଫିସିଏନସି ଭାବେ ଘୋଷଣା କରିଛନ୍ତି ।

You May Also Like

More From Author

+ There are no comments

Add yours