ଆଜି ବସିବ ସର୍ବଦଳୀୟ ବୈଠକ,ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କ ଏକ ବୈଠକ ସୋମବାର ସକାଳ ୧୧ ଟା ୩୦ ରେ ବିଧାନସଭା ସଚିବାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।ଏହା ପରେ ଆସନ୍ତାକାଲି ଠାରୁ ୨୦୨୩-୨୪ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ।ଏହା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।ତେବେ ରାଜ୍ୟରେ ଅନେକ ସମସ୍ୟାର ପ୍ରସଙ୍ଗ ରହିଛି।ସର୍ବଦଳୀୟ ବୈଠକରେ ଏସବୁ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ।ଗୃହକାର୍ଯ୍ୟର ସୁପରିଚାଳନା, ପୂର୍ଣ୍ଣାଙ୍ଗ ବଜେଟ୍‌ ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସୁଚାରୁ ଉପସ୍ଥାପନା ନେଇ ସବୁଦଳର ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲାଚନା କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

You May Also Like

More From Author

+ There are no comments

Add yours