ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା

ଶବ୍ଦମିଡ଼ିଆ ବ୍ୟୁରୋ:ବରଗଡ଼ର ପଦ୍ମପୁର ଜିଲ୍ଲାରେ ପରିଣତ ହେବ। ଅନେକ ଦିନର ଦାବୀ ପଦ୍ମପୁର ବାସୀଙ୍କ ଇଚ୍ଛା ପୁରୁଣ ହେବାକୁ ଯାଉଛି।ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା। ଝାରବନ୍ଧରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ, ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ। ଏଭିତରେ ପାଇକମାଳ PHC ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇ ସାରିଛି। ଏସଏଚଜି ମହିଳାମାନେ ଭଲ କାମ କରୁଛନ୍ତି। ଆପଣଙ୍କ ଭଲପାଇବା ନିକଟରେ ମୁଁ ଋଣୀ ବୋଲି କହିଛନ୍ତି ନବୀନ।ଆଜି ପୁଣି ଥରେ ଝାରବନ୍ଧ ଆସି ଖୁସି। ପଦ୍ମପୁରର ବିକାଶ ପାଇଁ ଆପଣମାନେ ପ୍ରସ୍ତାବ ଦେଇଥିଲେ। ବାକି ଥିବା କାମ ନିର୍ଦ୍ଧାରିତ ସମୟ ଭିତରେ ସରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You May Also Like

More From Author

+ There are no comments

Add yours