ଚିଟଫଣ୍ଡ ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଶବ୍ଦ ଓଡିଶା ବ୍ୟୁରୋ: ଚିଟଫଣ୍ଡ ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି । ଗତ ଜାନୁଆରୀ ୧୬ ତାରିଖରେ ମାମଲାର ଶୁଣାଣି ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟ ଜମାକାରୀଙ୍କୁ କାହିଁକି ଟଙ୍କା ଫେରସ୍ତ କରାଯାଇନାହିଁ, ସେ ନେଇ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଏଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ ଜବାବ ଦାଖଲ କରାଯାଇନାହିଁ । ବିଚାରପତି ଏମଆର ଶାହା ଓ ବିଚାରପତି ସିଟି ରବି କୁମାରଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଶାଣି କରିବେ । କେନ୍ଦ୍ର ସରକାର, ଆମିକସ କ୍ୟୁରୀ, ପ୍ରବର୍ତନ ନିର୍ଦ୍ଦେଶାଳୟ, ରାଜ୍ୟ ସରକରେ ଓ ଆବେଦନକାରୀ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ ।

You May Also Like

More From Author

+ There are no comments

Add yours