ଫୁଣ୍ଡେଳପଡା ଶିବ ମନ୍ଦିରରେ ରତ୍ନମୁଦ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି 17/2(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗାମ୍ବରୀଗୁଡା ପଞ୍ଚାୟତ ଫୁଣ୍ଡେଳପଡା ଠାରେ ପୁରାତନ ଶିବ ମନ୍ଧିର ରେ l ଆଜି ରତ୍ନ ମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଗାମ୍ବରୀଗୁଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଚୈନସିଂ ପୂଜାରୀ ଏବଂ ତାଙ୍କ ଧର୍ମ ପତ୍ନୀ ଗମ୍ଭାରୀଗୁଡା ସରପଞ୍ଚ ଶ୍ରୀମତୀ ମଥୁରା ପୂଜାରୀ ମୁଖ୍ୟ ପୁରୋଧା ଭାବରେ କାର୍ଯ୍ୟ ସମ୍ପାଦନ କରି ଥିଲେ l ଫୁଣ୍ଡେଲପଡା ଶିବ ମନ୍ଧିର ଅତି ପୁରାତନ ହୋଇ ଥିବା ସହ ଏହା ଓଡିଶା ଛତିଶଗଡ ସୀମା ତେଲ ନଦୀ କୁଲ ରେ ଅବସ୍ଥିତ ଥିବାରୁ l ଏଠାରେ ଓଡିଶା ଏବଂ ଛାତିଶଗଡ଼ ରାଜ୍ୟ ର ଶୈବ ଉପାସକ ମାନେ ଏଠାକୁ ଆଶି ଭଗବାନ ମହାଦେବ ଙ୍କ ଠାରେ ମାନସିକ କରିବା ସହ ରୁଦ୍ରା ଅଭିଷେକ କରି ଥାନ୍ତି l ପୁରାତନ ମନ୍ଧିର ହୋଇ ଥିବା ରୁ ଏହା ଭଗ୍ନ ପ୍ରାୟ ରହିଥିବାରୁ ପୂର୍ବତନ ସରପଞ୍ଚ ଚୈନସିଂ ପୂଜାରୀ ତାଙ୍କ ପିତା ସ୍ବର୍ଗତ ଗଞ୍ଜିଆ ଧର ପୂଜାରୀ ଙ୍କ ସ୍ମୃତି ରେ ମନ୍ଧିର କୁ ପୁନଃ ନିର୍ମାଣ କରିବାରେ ସେ ବିଶେଷ ଭୂମିକା ନେଇ ଥିବା ପୂଜକମିଟି ପକ୍ଷ ରୁ ସୂଚନା ଦିଆଯାଇଛି l ଆଜି ମନ୍ଦିର ର ରତ୍ନମୁଦ ଉତ୍ସବ ରେ ଫୁଣ୍ଡେଳପଡା, ମୋତିଗାଁ, ଏବଂ ପଡୋଶୀ ଛତିଶଗଡ ରାଜ୍ୟ ର ମଙ୍ଗରଓଡା, ଫଲସାପଡା ଗ୍ରାମର ମହିଲା ମାନେ ନିଜ ଘରୁ ହାତରେ ଧାନ ଦେଇ ମନ୍ଧିର ର ଦଧି ନଉତ ରେ ଭଗବାନ ଙ୍କ ପାଖରେ ଘର ର ସୁଖ ଶାନ୍ତି ପାଇଁ ମାନସିକ କରି ଧାନ ଭର୍ତ୍ତୀ କରି ଥିଲେ l ଏଥିରେ ପୂର୍ବ ପରମ୍ପରା ଅନୁସାରେ ମନ୍ଧିର ର ଦଧି ନଉତ ରେ ସୁନା ଏବଂ ରୁପା କିଛି ଭର୍ତ୍ତୀ କରିଥିବା କମିଟି ପକ୍ଷ ରୁ ସୂଚନା ଦିଆ ଯାଇଥିଲା l ପୁରୋହିତ ରମେଶ ଚନ୍ଦ୍ର ପଣ୍ଡା ଏବଂ ରବି ଦାସ ଙ୍କ ମନ୍ତ୍ର ପାଠ ଉଚ୍ଚାରଣ ରେ ପ୍ରଭୁ ମହାଦେବ ଙ୍କ ମୂର୍ତ୍ତୀ ପ୍ରତିଷ୍ଠା କରାଯାଇଥିଲା l ପ୍ରଭୁ ଙ୍କ ନାମ ଉଚ୍ଚାରଣ ଶକାଶେ ଝରାବାହାଲ ଗ୍ରାମର କଲା କାର ମାନଙ୍କ ଦ୍ୱାରା ସଂକୀର୍ତନ ପରିବେଶଣ କରାଯାଇଥିଲା l ଆଶନ୍ତା କାଲି ମନ୍ଧିର ରେ ମହା ଶିବ ରାତ୍ରୀ କିପରି ମହାଆଡ଼ମ୍ବର ର ସହ ଶାନ୍ତି ଶୃଙ୍ଖଳା ଭାବରେ ପାଳନ କରା ଯିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ନେଇ କମିଟି ର ମୁଖ୍ୟ ସଦସ୍ୟ ଲାବାନ୍ୟ ନାୟକ ପ୍ରକାଶ କରିଛନ୍ତି l ମନ୍ଦିର ପ୍ରକୃତି ର ସୌନ୍ଧର୍ଯ୍ୟ ରେ ପରି ପୁର୍ଣ ଥିବା ସହ ଏଠାରେ ଶିବ ଙ୍କୁ ଅର୍ପଣ ପାଇଁ ଗଇସ ପଲାସ, ଏବଂ ଅରଖ ବେଳ ପତ୍ର ସହ ଏଠାରେ ପ୍ରକୃତିର କନିଅର ଏବଂ ଅପରାଜିତା ଫୁଲ ଏଠାରେ ଭରପୁର ଥିବାରୁ l ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ପାରିଲକ୍ଷିତ ହୋଇଥାଏ l ମନ୍ଧିର ରେ ପାନୀୟ ଜଳ ପାଇଁ ପ୍ରଶାସନ ତରଫରୁ ଏକ ନଲକୂପ ଏବଂ ରାସ୍ତା ଯୋଗାଇ ଦିଆ ଯାଇଥିବା ଫୁଣ୍ଡେଲପଡା ବାସୀ ପ୍ରକାଶ କରିଛନ୍ତି l ମନ୍ଧିର କୁ ଲାଗି ଥିବା ନଦୀ କୁଲ ରେ ପ୍ରଶାସନ ତରଫରୁ ଏକ ପାହାଚ ଯୋଗାଇ ଦେଲେ l ଜଳ ଅଭିଷେକ ପାଇଁ ଏକ ପ୍ରକାର ସୁବିଧା ହୋଇ ପାରିବ ବୋଲି ଅଂକୁର ନାୟକ ମ୍ତବ୍ୟକ୍ତ କରିଛନ୍ତି l ରତ୍ନମୁଦ ଉତ୍ସବ ରେ ଅରକ୍ଷିତ କାଣ୍ଡ, ତିରଣ ସାହୁ ଦିବାକର ନାୟକ, ଭୁବନେଶ୍ୱର ବେଶ୍ରା, କୃପାସିନ୍ଧୁ ନେଙ୍ଗୀ ବିଶେଷ ସହ ଯୋଗ କରିଛନ୍ତି l ରିପୋର୍ଟର—ମୁକୁନ୍ଦ ବେଶ୍ରା

You May Also Like

More From Author

+ There are no comments

Add yours