ଶବ୍ଦମିଡ଼ିଆ ବ୍ୟୁରୋ: ତା-୧୭.୦୨.୨୦୨୩ ରିଖ ଶୁକ୍ରବାର ଦିନ ସକାଳ ଘ.୯.୩୦ ମି. ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ସକାଶେ ଗଠିତ ଟ୍ରିବ୍ୟୁନାଲ ସଂପର୍କରେ ଆଲୋଚନା ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍(ପୋକ୍ସ) ଶ୍ରୀମତି ସୋନାଲି ପଟ୍ଟନାୟକ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୋମ୍ୟରୂପ ସାହୁ୍, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ବାର ଆସୋସିଏସନ ର ଇନ୍ସ୍ୟୁରାନ୍ସ ଓକିଲ ଶ୍ରୀ ରାମ ପାତ୍ର ଓ କେ.ସିଏଚ୍.ଜି.ଏସ୍ କୁମନ୍ଦନ ଏବଂ ପାନେଲ ଓକିଲ ପ୍ରମୁଖ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act) କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଙ୍ଗେସଙ୍ଗେ କ୍ଷତିଗ୍ରସ୍ତଙ୍କ ନିକଟରେ ମଟର ଦୁଘଟଣା ଜନିତ କ୍ଷତିପୂରଣ ର ଶିକାର ହେଉଥିବା ପିଡିତା ମାନଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶି ଯଥା ସମୟରେ ପହଁଞ୍ଚାଇବା ପାଇଁ ମାନ୍ୟବର ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଇନ୍ସ୍ୟୁରାନ୍ସ ଓକିଲ ଓ ପେନାଲ୍ ଓକିଲ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours