ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନ ଆଗରେ କିନ୍ନର ମାନଙ୍କ ବିକ୍ଷୋଭ,ଇସ୍ତଫା ଦାବି

ଶବ୍ଦମିଡ଼ିଆ ବ୍ୟୁରୋ:ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ଉଠିଛି ଅସନ୍ତୋଷ।ଗତ ଦୁଇ ଦିନ ତଳେ ମହିଳା ପୁଲିସଙ୍କ ସହ ମୁହାଁ ମୁହିଁ ସହିତ ଧସ୍ତା ଧସ୍ତି ହୋଇଥିଲା।ଯାହାକୁ ନେଇ ମହିଳା ଥାନା ଅଧିକାରୀ ଜୟ ନାରାୟଣଙ୍କ ବିରୋଧରେ କେସ ଫାଇଲ କରିଛନ୍ତି।ଗୋଟିଏ ପଟେ ମହିଳା ଥାନା ଅଧିକାରୀ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ତାଙ୍କୁ ଚାପୁଡ଼ା ମାରିଛନ୍ତି ଅନ୍ୟ ପଟେ ଜୟନାରାୟଣ କହିଛନ୍ତି ଯେ ମହିଳା ପୁଲିସ ମଧ୍ୟ ତାଙ୍କୁ ହାତ ଉଠାଇବା ସହ ଠେଲି ଦେଇଥିଲେ। ଏହାରି ଭିତରେ ଜୟ ନାରାୟଣଙ୍କୁ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଶ୍ରେଣୀର ଲୋକମାନେ ବିରୋଧ କରିବା ସହ ସେ ଜଣେ ଅଭ୍ୟାସଗତ ଖରାପ ଵ୍ୟଵହାରକାରୀ ବୋଲି କହିଛନ୍ତି।ତେଜିଲା ଅସନ୍ତୋଷ ଜୋର ଧରିଛି ଗିରଫଦାବୀ । ଜୟନାରାୟଣଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ କିନ୍ନର କରିଛନ୍ତି ଜୋରଦାର ବିକ୍ଷୋଭ । ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିନ୍ନର ।

ଆଜି ଶତାଧିକ କିନ୍ନର ଭୁବନେଶ୍ବରସ୍ଥିତ ଜୟନାରାୟଣଙ୍କ ସରକାରୀ ବାସଭବନର ସମ୍ମୁଖରେ ପହଞ୍ଚି ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଥିଲେ । ଏହା ସହ ପ୍ଲାକାର୍ଡ ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।ଏହି ବିକ୍ଷୋଭରେ କିନ୍ନର ପରୀ ଘୋଷଣା କରିଛନ୍ତି- ଯିଏ ଜୟନାରାୟଣ ମିଶ୍ରଙ୍କ ବେକରେ ଜୋତାମାଳ ପିନ୍ଧାଇବ ତାଙ୍କୁ ସେ ୫୧ ହଜାର ଟଙ୍କା ଦେବେ । ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ରାଷ୍ଟ୍ର ଲାଗି ଏକ ଲଜ୍ଜା ବୋଲି କହିଛନ୍ତି କିନ୍ନର ନେତା । ମହିଳା ଆଇଆଇସିଙ୍କୁ ଅସଦାଚରଣ ଓ ଆକ୍ରମଣ ପ୍ରତିବାଦରେ ଉଠୁଛି ପଡ଼ୁଛି ଓଡ଼ିଶା । କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଧମକାଇବା ସହ ଚାପୁଡ଼ା ମାରିଥିଲେ ଜୟନାରାୟଣ ।ତେବେ ଏହାରି ମଧ୍ୟରେ ବାଦ ବିବାଦ ଲାଗିରହିଥିବା ବେଳେ ପ୍ରକୃତରେ କିଏ ସତ କହୁଛି ତାହା ଆଗକୁ ଜଣାଯିବ ବୋଲି କୁହାଯାଇପାରେ।

You May Also Like

More From Author

+ There are no comments

Add yours