ହ୍ବାଟ୍‌ସଆପ୍ ଆଣିଲା ନୂଆ ଫିଚର୍ସ ଏଣିକି ବ୍ୟବହାରକାରୀ ଏକାଥରକେ ପଠାଇପାରିବେ ୧୦୦ ଫୋଟ ଏବଂ ଫାଇଲ

ଶବ୍ଦମିଡ଼ିଆ ବ୍ୟୁରୋ:ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମଧ୍ୟରୁ ହ୍ବାଟ୍‌ସଆପ୍ ଅଧିକ ଲୋକପ୍ରିୟ । ବାର୍ତ୍ତା ହେଉ ଅବା ଫଟୋ କିମ୍ବା ଭିଡିଓ ପ୍ରେରଣ ପାଇଁ ୟୁଜର୍ସ ହ୍ବାଟ୍‌ସଆପ୍ ଉପରେ ହିଁ ଅଧିକ ବିଶ୍ବାସ କରିଥାନ୍ତି ଏବଂ ଏହାର ସର୍ବାଧିକ ବ୍ୟବହାର ହୋଇଥାଏ ।ମାତ୍ର ଏହି ପ୍ଲାଟଫର୍ମରେ ଏକକାଳୀୟ 30ରୁ ଅଧିକ ଫାଇଲ୍ ପ୍ରେରଣ ହୋଇପାରେ ନାହିଁ, ଯାହା ଫଳରେ ୟୁଜର୍ସଙ୍କୁ ସାମାନ୍ୟ ଅସୁବିଧା ହେଉଥିଲା । ଏବେ ଆଉ ଏହି ଅସୁବିଧା ରହିବ ନାହିଁ । ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ବାଟ୍‌ସଆପ୍ ଆଣୁଛି ନୂଆ ଫିଚର୍ସ ।ସୂଚନା ଅନୁସାରେ, ମାର୍କ ଜୁକରବର୍ଗଙ୍କ ମାଲିକାନା ମେଟା ଅଧୀନରେ ପରିଚାଳିତ ହ୍ବାଟ୍‌ସଆପ୍‌ରେ ଏଣିକି ଏକକାଳୀନ 100 ଫାଇଲ୍ ସେଣ୍ଡ୍(ପ୍ରେରଣ) କରାଯାଇ ପାରିବ । ସବୁଠୁ ବଡ କଥା ହେଉଛି କି ଏଣିକି ଏକାସାଙ୍ଗରେ 100ଟି ଡକ୍ୟୁମେଣ୍ଟ ମଧ୍ୟ ପଠାଇପାରିବେ ୟୁଜର୍ସ । ଏଥିସହ ସମସ୍ତ ଫାଇଲ୍‌ରେ କ୍ୟାପ୍ସନ୍ ସଂଯୋଗ ମଧ୍ୟ କରିପାରିବେ । ବ୍ୟବହାରକାରୀ ଆପ୍ ଅପଡେଟ୍‌ କରିବା ପରେ ଏହି ନୂଆ ଫିଚର୍ସ ପାଇପାରିବା ।ହ୍ବାଟ୍‌ସଆପ୍‌ର ଏହି ନୂଆ ଫିଚର୍ସ 2.23.3.77 ଆପ୍‌ ଭର୍ସନର ଉପଲବ୍ଧ ହେବ । ଯଦି ଅପଡେଟ୍ ଫିଚର୍ସ କାର୍ଯ୍ୟ ନକରେ, ତେବେ ବିଶ୍ବସ୍ତରରେ ଅପଡେଟ୍ ଲାଗୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ଅପଡେଟ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର ଯାଞ୍ଚ କରନ୍ତୁ । ଅନ୍ୟପଟେ ଏହି ନୂତନ ଫିଚର୍ସ ସାଙ୍ଗକୁ ଆଉ ଦୁଇଟି ନୂଆ ଫିଚର୍ସ ମଧ୍ୟ ଆଣିଛି କମ୍ପାନୀ । ନୂଆ ଫିଚର୍ସ ହେଉଛି ଅବତାର ଷ୍ଟିକର୍ । ଅବତାରକୁ ଏଡିଟ୍ କରିବା ପାଇଁ 36 ପ୍ରକାର ନୂଆ ଷ୍ଟିକର୍ ଉପଲବ୍ଧ କରିଛି କମ୍ପାନୀ ।ଏଥିସହ ଆଉ ଏକ ନୂଆ ଫିଚର୍ସ ଉପରେ କାର୍ଯ୍ୟ କରୁଛି କମ୍ପାନୀ, ଯାହା ଆଗାମୀ ଦିନରେ କାର୍ଯ୍ୟକାରୀ ହୋଇପାରେ । ଏହି ଫିଚର୍ସ ଆସିବା ପରେ ଫଟୋର କ୍ଲାରିଟି ସଠିକ୍ ବଜାୟ ରହିବ । ପୂର୍ବରୁ ଡାଇରେକ୍ଟ ଫଟୋ ପଠାଇବା ଦ୍ବାର କ୍ଲାରିଟି କମି ଯାଉଥିଲା । ଏଥିପାଇଁ ଡକ୍ୟୁମେଣ୍ଟ ଆକାରରେ ଫଟୋ ସେଣ୍ଡ୍ କରିବାକୁ ପସନ୍ଦ କରିଥାନ୍ତି ୟୁଜର୍ସ । ନୂଆ ଫିଚର୍ସ ଆସିବା ପରେ ବିନା ଡକ୍ୟୁମେଣ୍ଟରେ ବି ଫଟୋ କ୍ଲାରିଟି ଉତ୍ତମ ମାନର ରହିବ ।

You May Also Like

More From Author

+ There are no comments

Add yours