ବିବାଦର ଅନ୍ତ:ବିସିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦବୀରୁ ଚେତନ ଶର୍ମାଙ୍କ ଇସ୍ତଫା

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ କ୍ରିକେଟ ଦଳ ମୁଖ୍ୟ ଚୟନ କର୍ତ୍ତା ଚେତନ ଶର୍ମା ତାଙ୍କର ପଦବୀରୁ ଇସ୍ତଫା ଦେଇଛନ୍ତି।ଷ୍ଟିଙ୍ଗ ଅପରେସନରେ ଚେତନ ଦେଇଥିବା ବିବୃତ୍ତିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିଲା।ସେ ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ସବୁକିଛି ମିଡ଼ିଆ ସାମ୍ନାରେ କହିଦେଇଥିଲେ।ଯାହାକି ତିନି ଦିନ ଜାତୀୟ ଗଣମାଧ୍ୟମର ସିରୋନମା ପାଲଟିଥିଲା।ଏହାକୁ ନେଇ ଉଭୟ ବିସିସିଆଇ ଏବଂ ଚେତନ ଶର୍ମାଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା।ଏସବୁର ଅନ୍ତ ଘଟାଇ ଆଜି ଚେତନ ଶର୍ମା ନିଜର ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଛନ୍ତି। ନିକଟରେ ଏକ ଷ୍ଟିଙ୍ଗ ଭିଡିଓକୁ ନେଇ ବିବାଦରେ ଆସିଥିଲେ ଚେତନ ଶର୍ମା। ଜି ନ୍ୟୁଜ୍ ଦ୍ୱାରା କରାଯାଇଥିବା ଏହି ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମାନେବୀର କୋହଲି-ସୌରଭ ଗାଙ୍ଗୁଲି ବିବାଦ ଠାରୁ ଆରମ୍ଭ କରି ରୋହିତ ଶର୍ମା-ବିରାଟ କୋହଲିଙ୍କ ଝଗଡା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟର ପ୍ରତ୍ୟେକ ପ୍ରସଙ୍ଗକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

You May Also Like

More From Author

+ There are no comments

Add yours