ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ବଜେଟ ସମ୍ପର୍କରେ କରିବେ ଆଲୋଚନା

ଶବ୍ଦମିଡ଼ିଆ ବ୍ୟୁରୋ:ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।ଓଡ଼ିଶା ଗସ୍ତ ଅବସରରେ ସେ ଭୁବନେଶ୍ୱରର ହୋଟେଲ ମେଫେୟାର କନ୍‌ଭେନ୍‌ସନ୍‌ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ବଜେଟ୍‌ ପରବର୍ତ୍ତୀ ଆଲୋଚନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରିବେ ।ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି।ତେବେ ୨୦୨୩-୨୪ କେନ୍ଦ୍ରୀୟ ବଜେଟ ଘୋଷଣା ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏହା ପ୍ରଥମ ଓଡିଶା ଗସ୍ତ।

You May Also Like

More From Author

+ There are no comments

Add yours