୭୬ ତମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡ ତା.୧୬/୦୨-ରାୟଗଡ ଜିଲ୍ଲା ପରିଷଦର ୭୬ତମ ବୈଠକ ଆଜି ଅଧଃଖ୍ୟା ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ ,ଉପାଧ୍ୟକ୍ଷ ସନ୍ତୋଷ ସୁନା,ମାନ୍ୟବର ଲୋକ ସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁନୀଲ ଚନ୍ଦ୍ର ପଣ୍ଡା, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆଜିର ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, କୃଷି, ସାଧାରଣ ବଣ୍ଟନ ବ୍ୟବସ୍ଥା, ଗ୍ରାମ୍ୟଜଳ ଯୋଗାଣ, ଜଳଛାୟା, ମହିଳା ଓ ଶିଶୁ ବିକାଶ,ବିଦ୍ୟାଳୟ ଓ ଗଣଶିକ୍ଷା, ମଙ୍ଗଳ ବିଭାଗ ବିଦ୍ୟାଳୟ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଏହି ଜିଲ୍ଲାର ପ୍ରସୂତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଭାବରେ ଯୋଗାଇବା ନିମନ୍ତେ ଓ ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପଦକ୍ଷେପ ନେଵାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ । କୃଷି ବିକାଶ ଉପରେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଖରିଫ ଋତୁରେ- ୨୦୨୨-୨୩ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଫସଲର ବିବରଣୀ, ଜଳସେଚନ, ବିହନ ବଣ୍ଟନ, ସାର ୱାରୀ ଯୋଜନା, କୃଷି ଯାନ୍ତ୍ରିକ କରଣର ଲକ୍ଷ ଧାର୍ଯ୍ୟ ହାସଲ ଓ ବିଭିନ୍ନ ଜୋଜନାର ପଦକ୍ଷେପ ଓ ଅଗ୍ରଗତି ସମ୍ୱନ୍ଧରେ ଉପସ୍ଥାପନା କରିଥିଲେ ।
ସେହପରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ଖାଦ୍ୟ, ଆର୍ଥିକ ବର୍ଷ- ୨୦୨୨-୨୩ ଧାନ ସଂଗ୍ରହ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ ।
ଏହା ସହିତ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପାନୀୟ ଜଳ ତରଫରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଉପରେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ l ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାର ୨,୩୫,୮୭୮ଗୃହକୁ ଜଳଯିବନ ମିଶନ ଯୋଜନାରେ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବ lଜିଲ୍ଲାର ଦୁର୍ଗମ ଓ ପାହାଡ ଶିଖର ଅଂଚଳରେ ବସବାସ କରୁଥିବା ୨୬୦ ଗ୍ରାମକୁ ଜଳଯୋଗାଣ କରାଯିବା ନିମନ୍ତେ କାର୍ଯ୍ୟ ଚାଲୁଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି l ଅନ୍ୟାନ୍ୟ ଅଂଚଳରେ ଜଳଯୋଗାଇବା ନିମନ୍ତେ ୧୫ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି l ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗମନା ଗମନ ପାଇଁ ରାସ୍ତାଘାଟ ନିର୍ମାଣ ଅସଂପୂର୍ଣ୍ଣ କାମକୁ ତୁରନ୍ତ ସଂପୂର୍ଣ୍ଣ କରିବା ଉପରେ ସଦସ୍ୟ ମାନେ କହିଥିଲେ ।
ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଉପରେ ଆଲୋଚନା କରାଯାଇଥିଲା l ଏଥିରେ ଅଙ୍ଗନ ବାଡ଼ି କେନ୍ଦ୍ରରେ ଶିଶୁ ସ୍ୱାସ୍ଥ୍ୟ ସହ ସେମାନଙ୍କ ପ୍ରାରମ୍ଭିକ ଶିକ୍ଷା ଉପରେ ଧ୍ୟାନ ଦେବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ l ଜଳଛାୟା ବିଭାଗ ଉପରେ ମଧ୍ୟ ଆଲୋଚନା କରି ଜିଲ୍ଲାରେ ଅଧିକ ଅର୍ଥ ଆଣି ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁରୋଧ କରିଥିଲେ lସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷାର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଉପସ୍ଥାପନା କରିଥିଲେ । ଶିକ୍ଷକ ମାନେ ଦୂରଦୂରାନ୍ତ ଅଂଚଳରେ ନିୟମିତ ଭାବରେ ରହୁନଥିବାରୁ ତଦାରଖ କରିବା ନିମନ୍ତେ ସଦସ୍ୟ ସଦସ୍ୟା ମାନେ ଅନୁରୋଧ କରିଥିଲେ l

You May Also Like

More From Author

+ There are no comments

Add yours