ବିଜେପିର ଚାଉଳ କାଟ ପ୍ରସଙ୍ଗରେ,କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସମ୍ମୁଖରେ ବିଜେଡିର ଗଣ ଆନ୍ଦୋଳନ

ଶବ୍ଦମିଡ଼ିଆ ବ୍ୟୁରୋ:କୋରାପୁଟ:କେନ୍ଦ୍ର ସରକାରଙ୍କ ଚାଉଳ କାଟ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ଆନ୍ଦୋଳନ ଜୋର ଧରିଛି।ଏହିଭଳି ପ୍ରତିବାଦ ସ୍ବରୂପ ଗଣ ଆନ୍ଦୋଳନ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଅନ୍ତଗର୍ତ ନନ୍ଦପୁର ବ୍ଲକରେ ସାମ୍ନାରେ ଆଜି ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା (ପିଏମଜିକେୱାଇ) ବନ୍ଦ ପ୍ରସଙ୍ଗ ନେଇ ନନ୍ଦପୁର ବ୍ଲକ ବିଜେଡିର ନେତା ଏବଂ ସହକର୍ମୀ ସହିତ ବ୍ଲକ ଆଗରେ ଗଣ ଆନ୍ଦୋଳନ କରିଥିଲେ।କାହିଁକି କେନ୍ଦ୍ର ସରକାର ଗରିବ ଲୋକମାନଙ୍କର ୫ କେଜି ଚାଉଳ କାଟ କରିଛନ୍ତି। ନନ୍ଦପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏବଂ ଏହି ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ଲାଭର୍ଥୀ ନନ୍ଦପୁର ବିଡ଼ିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଭାରତ ସରକାର ଏବଂ ମହାମହିମ ରାଜ୍ୟପାଳ ଓଡିଶା ସରକାରଙ୍କୁ ପତ୍ର ଲେଖିଛନ୍ତି।ସେମାନେ ଏହି ଆନ୍ଦୋଳନ ଏବଂ ପତ୍ର ଜରିଆରେ କହିଛନ୍ତି ଯେ କେନ୍ଦ୍ର ସରକାର ଗରିବ ଲାଭର୍ଥୀ ମାନଙ୍କର କାଟିଥିବା ୫ କେଜି ଚାଉଳ ଶୀଘ୍ର ପ୍ରଦାନ କରନ୍ତୁ। ଆଜିର ଏହି ଗଣ ଆନ୍ଦୋଳନରେ କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ନନ୍ଦପୁର ବ୍ଲକ ସଭାପତି କାଶୀନାଥ ଘଡେଇ,ପ୍ରଫୁଲ୍ଲ କୁମାର ପାଢ଼ୀ,ଲକ୍ଷ୍ମୀ ହୋତା,ମହିଳା ସଭାପତି ବିଜୟ ଲକ୍ଷ୍ମୀ ପଟନାୟକ ଏବଂ ଅନ୍ୟାନ୍ୟ ଦଳୀୟ ସହକର୍ମୀ ମାନେ ଏହି ଆନ୍ଦୋଳନରେ ସାମିଲ ରହିଥିଲେ।

You May Also Like

More From Author

+ There are no comments

Add yours