ଅଧଃପନ୍ତରିଆ ଭାବରେ ପଡିରହିଛି ୨୫ ଲକ୍ଷଟଙ୍କାର ଅନକାବେଡ଼ା ପଞ୍ଚାୟତ ଗୃହ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଭବନ ର ନିର୍ମାଣ କାର୍ଯ୍ୟ ଦୀର୍ଘ 2 ବର୍ଷ ହେବ ସମାପ୍ତ ନ ହୋଇ ଅଧପନ୍ତରିଆ ଭାବରେ ପଡିରହିଛି l ଯାହା ଫଳରେ ଗ୍ରାମପଞ୍ଚାୟତ ର ବିଭିନ୍ନ ପ୍ରକାର ସରକାରୀ ଏବଂ ମାସିକ ବୈଠକ ରାଜିବ ଗାନ୍ଦୀ ସେବା କେନ୍ଦ୍ର ରେ କରାଯିବା ସହ ଗୋଦାମ ଗୃହ ଅଭାବ ରେ ପଞ୍ଚାୟତ ବାସୀ ବିପଦ ସଙ୍କୁଳ ଭାବରେ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିଥିବା ପୁରୁଣା ପଞ୍ଚାୟତ ଗୃହ ରୁ ପିଡ଼ିଏସ ସାମଗ୍ରୀ ନେଉ ଥିବାରୁ l ଏଠାରେ ତୀବ୍ର ଅସନ୍ତୋଷ୍ଟ ଦେଖାଦେଇଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l
ସୂଚନା ମୁତାବିକ ଅନକାବେଡା ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଗତ 2021/22 ଆର୍ଥିକ ବର୍ଷ ରେ ଏନ ଆର ଜି ଏସ ଯୋଜନା ରୁ 20 ଲକ୍ଷ ମଞ୍ଜୁର ହୋଇଥିବା ବେଳେ l ସି ଏଫ ସି ରୁ 5 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଗ୍ରାମପଞ୍ଚାୟତ ସୂତ୍ର ରୁ ଜଣା ପଡିଛି l ଏହାର ଠିକା କାର୍ଯ୍ୟ ୟଦୁ ମନହିରା ନାମକ ଜଣେ ଠିକାଦାର ନେଇଥିଲେ l ଠିକାଦାର ଜଣକ ନିମ୍ନ ମାନ ର କାର୍ଯ୍ୟ କରିବା ସହ ଅତି ମନ୍ଥର ଗତି ରେ ଗତି ରେ କାର୍ଯ୍ୟ ଆରମ୍ଭ କରିବାରୁ ପଞ୍ଚାୟତ ବିଲଡିଙ୍ଗ କେବଳ ଛାତ ପର୍ଯ୍ୟନ୍ତ ନିର୍ମାଣ କରି ବର୍ତ୍ତମାନ ସୁଧା ଛାତ ପଡି ନଥିବାରୁ ନିର୍ମାଣ କାର୍ଯ୍ୟ ଆଣ୍ଠେଇ କି ରହିଥିବା ଗ୍ରାମପଞ୍ଚାୟତ ର ବିଭିନ୍ନ କାର୍ଯ୍ୟ ରାଜିବ ଗାନ୍ଦୀ ସେବା କେନ୍ଦ୍ର ରେ କରାଯାଉଥିବା ନେଇ ସରପଞ୍ଚ ଚନ୍ଦ୍ରିକା ମରେଇ ପ୍ରକାଶ କରିଛନ୍ତି l ପଞ୍ଚାୟତ ଗୃହ ନିର୍ମାଣ ର କୌଣସି ଫଳକ ଲାଗି ନଥିବା ବେଳେ ଜନୈକ ଠିକାଦାର ମହାଶୟ ଇଟା ଯୋଡ଼େଉ କାର୍ଯ୍ୟରେ ଭଲକି ପାଣି ମଧ୍ୟ ପକାଇ ନ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ଏହାକୁ ନେଇ ପଞ୍ଚାୟତ ଗୃହ ର ଭବିଷ୍ୟତ କୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ଦେଖା ଦେଇଛି l ପଞ୍ଚାୟତ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଆଣ୍ଠେଇ ଥିବା ଦେଖି କି ମଧ୍ୟ ପ୍ରଶାସନ ଏଠାରେ ନ ଦେଖିଲା ପରି ଅଭିନୟ କରି ଚାଲିଛି l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝି ଙ୍କୁ ପଚାରିବାରୁ ଘଟଣା କୁ ସ୍ୱୀକାର କରିବା ସହ ଏନ ଆରଜିଏସ ଟଙ୍କା ଛାଡି ନ ଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି ବୋଲି ସେ ପ୍ରକାଶ କରିଛନ୍ତି l ଏନଆରଜିଏସ କାର୍ଯ୍ୟ ରେ ଶ୍ରମିକ ନିୟୋଜନ ହେବା ସହ ଏଥିରେ ଗାଁ ସାଥି ମୋଟ ଭାବରେ କାର୍ଯ୍ୟ ସମ୍ପାଦନ କରିବାର ନିୟମ ଥିବା ବେଳେ l ଏଠାରେ ଠିକାଦାର କେମିତି ଆଶିଲା ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ପଞ୍ଚାୟତ ବାସୀ ଦାବୀ କରିଛନ୍ତି l ପ୍ରକାଶ ଥାଉକି ଗତ 12 ବର୍ଷ ତଳେ ପଞ୍ଛାୟତ ଗୃହ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା l ନିର୍ମାଣ ପାଇଁ ରାଜକୁମାର ନାଗ ନାମକ ଜଣେ କଂଗ୍ରେସ ନେତା ଠିକା କାର୍ଯ୍ୟ ନେଇ ପଞ୍ଚାୟତ ଛାତ ଉପରେ ଅର୍ଦ୍ଧ ନିର୍ମାଣ କରି ଛାଡି ଦେଇ ଥିବାରୁ l ଏଠାରେ ପଞ୍ଚାୟତବାସୀ ବିପଦ ସଂକୁଳ ଭାବରେ ପିଡ଼ିଏସ ସାମଗ୍ରୀ ନେଉଥିବା ଦେଖିବାକୁ ମିଳୁଛି l ତଥାପି ପ୍ରଶାସନ ର କୌଣସି ନିଘା ନାହିଁ l
ରିପୋର୍ଟର—-ମୁକୁନ୍ଦ ବେଶ୍ରା

You May Also Like

More From Author

+ There are no comments

Add yours