ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି(ଆପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଗ୍ରାମର ବରିଷ୍ଠ ବ୍ୟବସାୟୀ ନରେନ୍ଦ୍ର ଦାସ ଓରଫ ଟୁକୁନା(୪୦) ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଆଜି ଦିନ ପ୍ରୟ ୧୨.୩୦ମିନିଟ ସମୟରେ ନରେନ୍ଦ୍ର ଦାସ ଙ୍କୁ ପରିବାର ବର୍ଗ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ତେବେ ଡାକ୍ତର ସନ୍ଦିପ ଶତପଥି ମୃତ୍ୟୁ ହୋଇଯାଇଥିବା କହିବା ସହ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ଏନେଇ ମୃତ ନରେନ୍ଦ୍ର ଙ୍କ ଭଉଣୀ ମିନୀ ବେହେରା ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଏତଲା ଦେଇ ଥିଲେ। ଉକ୍ତ ଏତଲାରେ ତାଙ୍କ ଭାଇ ଓ ତାଙ୍କ ସ୍ତ୍ରୀ କୌଣସି ବିଷୟ କୁ ନେଇ ଝଗଡା ହେଉଥିବା ନେଇ ନରେନ୍ଦ୍ର ଙ୍କ ପୁଅ ଧନଞ୍ଜୟ ତାଙ୍କ ପିଉସୀ ମିନୀ ବେହେରା ଙ୍କ ଘରକୁ ଯାଇ କହିଥିଲେ। ତୁରନ୍ତ ମିନୀ ବେହେରା ନରେନ୍ଦ୍ର ଙ୍କ ଘରେ ପହଞ୍ଚି ଦେଖିବା ବେଳକୁ ନରେନ୍ଦ୍ର ଅଚେତ ଅବସ୍ଥାରେ ତଳେ ପଡି ରହିଥିଲେ। ତାଙ୍କୁ ସେମାନେ ଡାକ୍ତରଖାନା ନେବାପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୀର୍ଘ ଦିନ ହେବ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ରହିଥିଲା ବୋଲି ତାଙ୍କ ଭଉଣୀ ପ୍ରକାଶ କରିଛନ୍ତି । ଏତଲାକୁ ଭିତ୍ତି କରି ଆଇଆଇସି ଉମେଶ ଚନ୍ଦ୍ର ନାୟକ ଓ ଏଏସଆଇ ହୃଷିକେଶ ପଟେଲ ଡାକ୍ତରଖାନା ପହଞ୍ଚି ଶବ ଜବତ କରିବା ସହ ଚନ୍ଦାହାଣ୍ଡି ଥାନା ଅପମୃତ୍ୟୁ ମାମଲା ୩/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ପ୍ରକାଶ ଥାଉକି ନରେନ୍ଦ୍ର ଦାସ ଜଣେ ଯୁବ ବ୍ୟବସାୟୀ ହେବାସହ ଖୁବ୍ କମ ଦିନରେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇ ସମସ୍ତ ଙ୍କ ସହ ଉତ୍ତମ ସମ୍ପର୍କ ରଖି ଗ୍ରାମାଞ୍ଚଳର ବହୁ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିଥିଲେ।





You May Also Like

More From Author

+ There are no comments

Add yours