ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କଲେଜ ଅଫ ବେସିକ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ ପରିସରରେ ୫୭ ତମ କଲେଜସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଶବ୍ଦମିଡିଆ ବ୍ୟୁରୋ:ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟ ର କଲେଜ୍ ଅଫ୍ ବେସିକ୍ ସାଇନ୍ସ୍ ଆଣ୍ଡ୍ ହ୍ୟୁମାନିଟିଜ୍ ପରିସରରେ ବିଜ୍ଞାନ ଶିକ୍ଷା ର ଗୁରୁତ୍ୱ ଉପଲବ୍ଧି କରି ତଥା ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା ର ଅଭିବୃଦ୍ଧି କୁ ଦୃଷ୍ଟି ରେ ରଖି କଲେଜ ର ବିଜ୍ଞାନ ସମିତି ତରଫରୁ ୫୭ତମ କଲେଜସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି | କଲେଜ ର ନିର୍ଦ୍ଦେର୍ଶକ ଡ଼କ୍ଟର. ସି.ଏସ.କେ ମିଶ୍ର ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ | ବିଜ୍ଞାନସମିତି ର ଉପସଭାପତି ଡ଼କ୍ଟର. ରୋଜାଲିନ୍ ପଟ୍ଟନାୟକ ସ୍ୱାଗତଭାଷଣ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିଥିଲେ | ଏହି ବିଜ୍ଞାନମେଳା ରେ +୨ ଓ +୩ ରୁ ସର୍ବମୋଟ 60 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ନିଜନିଜ ପ୍ରକଳ୍ପ ସମ୍ବନ୍ଧରେ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା ଭାରତରେ ବିକଶିତ ବିଜ୍ଞାନକୁ ବିଶ୍ବରେ ସର୍ବୋକୃଷ୍ଟ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ସେ କହିଲେ ଯେ ପ୍ରାଚୀନ କାଳରେ ଆମେ ବିଜ୍ଞାନରେ ଅନ୍ୟ ଦେଶଠୁ ବହୁତ ଆଗରେ ଥିଲେ ।ଆପଣ ମାନେ ନିଜ ବୁଦ୍ଧି ଓ ଚେଷ୍ଟା ବଳରେ ଏପରି ବିଜ୍ଞାନ ସୃଷ୍ଟି କରନ୍ତୁ ଯଦ୍ବାରା ଅନ୍ୟ ଦେଶର ଛାତ୍ରଛାତ୍ରୀ ଓ ନାଗରିକ ବିଜ୍ଞାନ ଶିକ୍ଷା ପାଇଁ ଆମ ଦେଶକୁ ଆସିବାକୁ ବାଧ୍ୟ ହେବେ । ବର୍ତ୍ତମାନ ସମାଜରେ ଜନସାଧାରଣଙ୍କ ଯେଉଁ ଅଭାବ ଓ ଅସୁବିଧା ରହିଛି ବିଜ୍ଞାନ ପ୍ରୟୋଗ ଦ୍ଵାରା କିପରି ସେସବୁକୁ ଦୂର କରାଯାଇ ପାରିବ ସେ ବିଷୟରେ ଚିନ୍ତା କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ (RMRC) ର ବୈଜ୍ଞାନିକ ଡ଼କ୍ଟର. ଶୁଭେନ୍ଦୁ କୁମାର ଆଚାର୍ଯ୍ୟ , ଅନ୍ୟତମ ଅଥିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ପରିଦର୍ଶନ ବିଦ୍ୟାର୍ଥି ମନଙ୍କୁ ଜୀବ ବିଜ୍ଞାନ ରେ ରହିଥିବା ଗବେଷଣା ଓ ସୁଯୋଗ ସଂପର୍କ ରେ ବୁଝାଇ ଥିଲେ | କଲେଜ ର ବିଜ୍ଞାନ ସମିତି ର ଛାତ୍ରଛାତ୍ରୀ ଙ୍କ ଶୃଙ୍ଖଳାଜ୍ଞାନ ତଥା ନିଃସ୍ଵାର୍ଥପର ସେବାମନୋବୃତ୍ତି କୁ ଅତିଥି ମାନେ ପ୍ରଶଂସା କରିବା ସହିତ ଦୈନନ୍ଦିନ ଜୀବନ ରେ ବିଜ୍ଞାନର ମହତ୍ୱ ସମ୍ପର୍କ ରେ ବକ୍ତ୍ଋତା ପ୍ରଦାନ କରିଥିଲେ | ବିଜ୍ଞାନସମିତି ର ଚେୟାରମ୍ୟାନ ଅଙ୍କିତ୍ କୁମାର ପାଢ଼ୀ ,ସହ ଚେୟାରମ୍ୟାନ ବିଶ୍ୱଜିତ ବଳିୟାରସିଂହ ଏବଂ ଇନଚାର୍ଜ ଆର୍ୟପୁତ୍ର ପାର୍ଥସାରଥୀ ଦାସ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ପରିଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ବିଚାରକ ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହିତ କଲେଜ୍ ର ବିଜ୍ଞାନସମିତି ର ଛାତ୍ରଛାତ୍ରୀ ଙ୍କୁ ତାଙ୍କର ଏହି କାର୍ଯ୍ୟ ପାଇଁ ଆର୍ଯ୍ୟପୁତ୍ର ପାର୍ଥସାରଥୀ ଦାସ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବା ସହିତ କାର୍ଯ୍ୟକ୍ରମ ର ପରିସମାପ୍ତି କରାଯାଇଥିଲା |





You May Also Like

More From Author

+ There are no comments

Add yours