କେନ୍ଦ୍ର ସରକାରଙ୍କ ଗରୀବ ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡି ଦଳ ତରଫରୁ ବାଣପୁର ବ୍ଲକ ସମ୍ମୁଖରେ ଧାରଣା

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ର ସରକାର ଓଡିଶାର ଗରୀବ ଜନସାଧାରଣଙ୍କ ୫କେ.ଜି ଚାଉଳକୁ ବନ୍ଦ କରିବାକୁ ଆରମ୍ଭ କରିଥିବା ପ୍ରୟାସକୁ ବିଜୁଜନତା ଦଳ ସାରା ରାଜ୍ୟରେ ପ୍ରତେକ ବ୍ଲକରେ ଗଣ ଧାରଣା କରିବାର ଯୋଜନା କରୁଥିବା ସମୟରେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଇସ୍ୟୁକରିବା ପାଇଁ ପ୍ରସ୍ତୁତ ହେଉଛି। ଉଭୟ ବିଜେପି ବିଜେଡି ଉଭୟ ଉଭୟଙ୍କୁ କାଦୁଅ ଫିଙ୍ଗା ଫିଙ୍ଗି ନୀତି ରାଜ୍ୟରେ ଚଳାଇଛନ୍ତି। ଆଜି ବିଜୁ ଜନତା ଦଳ କୃତିବାସ ଭବନ ଠାରୁ ରାଲିରେ କେନ୍ଦ୍ର ସରକାର ଓ ମୋଦିଙ୍କ ବିରୋଧରେ ୫କେଜି ଚାଉଳ ବନ୍ଦ ବିରୋଧରେ ନାରାବାଜୀ କରି  ବାଣପୁର ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିଲେ ଓ ଧାରଣାରୁ ହଟିଥିଲେ।
ବାଣପୁର ବ୍ଲକର ୨ୟ ସମିତି ବୈଠକ ବସିଥିବା ସମୟରେ ବ୍ଲକ ପରିସରର ଆଗରେ ବିଜେଡି ଦଳ ଧାରଣାରେ ବସିଥିଲେ। ବାଲୁଗାଁ ଏସ୍ ଡି ପି ଓ ମାନସ ରଂଜନ ବାରିକଙ୍କ ନେତୃତ୍ବରେ ପୋଲିସ ସଦଳବଳେ ସେଠାରେ ଉପସ୍ଥିତ ରହି ଉଭୟ ସମିତି ସଭ୍ୟ ଓ ଧାରଣାରତ କର୍ମୀ ମାନଙ୍କ ଶୃଙ୍ଖଳତାର ସହ ସହଯୋଗକାରୀ ଉଭୟ କାର୍ଯ୍ୟ ପରିସମାପ୍ତି କରିଥିଲେ।
ସମିତି ସଭାର ଆରମ୍ଭ ସମୟରେ ବିଡିଓଙ୍କୁ କୌଣସି ସମିତି ସଭ୍ୟ ପୂର୍ବାଲୋଚନା ଓ ସମିତିସଭାର ଦୁଇଦିନ ପୂର୍ବରୁ ଜଣାଇବା ସମିତି ନୀତି ବିରୋଧ ପ୍ରଶ୍ନରେ କିଛି ଉତ୍ତର ନଥିଲା ଓ ପରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରର ଠିକ ଜବାବ ନଦେବା ଯୋଗୁଁ କକ୍ଷରେ କିଛି ସମୟ ହଟ୍ଟଗୋଳ ହୋଇଥିଲା ପରବର୍ତି ସମୟରେ ଏହାର ସମାଧାନ ହୋଇଥିଲେହେଁ କିଛିି ସଭ୍ୟ ସଭାକକ୍ଷ ତ୍ୟାଗକରି ଫେରିଯାଇଥିଲେ।ଅନ୍ୟଥା କୌଣସି ବିଶୃଙ୍ଖଳା ହୋଇନଥିଲା।

You May Also Like

More From Author

+ There are no comments

Add yours