ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ,ଯୋଗେଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର ଆୟୋଜିୟ ହେବ ଷ୍ଟାର୍ସ ସମୀକ୍ଷା ବୈଠକ।ଆଜି ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଦୁଇ ଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବମାନେ ଏହି ବୈଠକରେ ଯୋଗଦେବେ ।ଏହାସହ କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଓ ଏନସିଇଆରଟିର ଅଧିକାରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମୋଟ ଦୁଇ ଦିନିଆ ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟର ସ୍କୁଲ ଶିକ୍ଷାର ଅଗ୍ରଗତି ଉପରେ ଚର୍ଚ୍ଚା ଆଲୋଚନା ହେବ।

You May Also Like

More From Author

+ There are no comments

Add yours