୮ ରାଜ୍ୟ ଟେଲି ପୁରସ୍କାର,ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ସମ୍ମାନ’କାଳିଆ କରୁଛି ଲୀଳା’

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର:ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫଡ଼ିସି) ମିଳିତ ସହଯୋଗରେ ୮ ରାଜ୍ୟ ଟେଲି ପୁଟସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା,ବିଭଗୀୟ ନିର୍ଦେଶକ ରଂଜନ କୁମାର ଦାସ ଏବଂ ଓଏଫଡ଼ିସି ଅଧକ୍ଷ କୁନା ତ୍ରିପାଠୀ ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ଶ୍ରେଷ୍ଠ ଟେଲି ଚଳଚିତ୍ର ଭାବେ ‘କାଳିଆ କରୁଛି ଲୀଳା’କୁ ପୁରସ୍କୃତ କରାଯାଇଥିଲା। ଏନେଇ ପ୍ରଯୋଜକ ଦେବାଶିଷ ପାତ୍ର ଓ ନିର୍ଦେଶକଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ସ୍ୱରୂପ ପ୍ରଯୋଜନା ପାଇଁ ୧୫ ହଜାର ଓ ନିର୍ଦେଶନା ପାଇଁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ଉତ୍ତରୀୟ ,ମାନପତ୍ର, ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଟେଲି ଧାରାବାହିକ ଭାବରେ ‘ସରଗମ ‘ ପୁରସ୍କୃତ ହୋଇଥିଲା।ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅଙ୍ଗବସ୍ତ୍ର,ମାନପତ୍ର,ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।ସେହିପରି ଟେଲି ଧାରାବାହିକ ନିର୍ଦେଶକ ଭାବେ ସେଇ ‘ସରଗମ’ ପାଇଁ ଚଣ୍ଡିପରିଜା ପୁରସ୍କୃତ ହୋଇଥିଲେ।ତାଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ସହ ଅଙ୍ଗବସ୍ତ୍ର,ମାନପତ୍ର,ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।ଶ୍ରେଷ୍ଟ ଅଭିନେତା ଦେବାଶିଷ ପାତ୍ର(କାଳିଆ କରୁଛି ଲୀଳା) ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଲିପ୍ସା ମିଶ୍ର(ରଙ୍ଗିଲା ବୋହୂ)ଙ୍କୁ ପୁରସ୍କୃତ କରାଯାଇଛି।ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧୫ ହଜାର ଟଙ୍କାର ଅର୍ଥରାଶି,ମାନପତ୍ର,ଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ଜୀବନ ପଣ୍ଡା(କାଳିଆ କରୁଛି ଲୀଳା),ପାର୍ଶ୍ଵ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୁ),ଖଳନାୟକ ସୁରେଶ ମିଶ୍ର(ସରଗମ),ଖଳନାୟିକା ଉସଶ୍ରୀ ମିଶ୍ର(ରଙ୍ଗିଲା ବୋହୂ),ହାସ୍ୟ ଅଭିନେତା ଶଙ୍କର୍ଷଣ ପ୍ରଧାନ(ରଙ୍ଗିଲା ବୋହୂ),ଶିଶୁ କଳାକାର ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୁ),କାହାଣୀକାର ପ୍ରସନ୍ନ ପୃଷ୍ଟି(କସ୍ତୁରୀ),ସଂଳାପ ଲେଖକ ବିଜୟ ମଲ୍ଲ (ସରଗମ),ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର(କାଳିଆ କରୁଛି ଲିଳା),ଚିତ୍ର ଗ୍ରହଣ ନିରଞ୍ଜନ ଦାସ(ଝିଅଟା ବିଗିଡି ଗଲା),ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଅଭିମନ୍ୟୁ ବେହେରା(ସରଗମ)ଙ୍କୁ ପୁରସ୍କୃତ କରାଯାଇଥିଲା।ଚଳିତ ବର୍ଷ ଆଦିବାସୀ ଭାଷାରେ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ପାଇଁ କାହାରିକୁ ମନୋନୀତ କରାଯାଇନାହିଁ।ବିବାଦ ଲାଗି ପୁନଃ ମନୋନାୟନ ପରେ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର (ପତଯୋଜକ/ନିର୍ଦେଶକ)କୁ ଦୁଇଟି ବର୍ଗ କରାଯିବା ସହ ପୂର୍ବରୁ ଓଡ଼ିଆ ଚଳଚିତ୍ର ‘ନିମକୀ’ ପାଇଁ ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ପାଇଥିବା ସୁଶାନ୍ତ ମଣିଙ୍କୁ ପୁରସ୍କାରରୁ ବାଦ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଓଡ଼ିଆ ଟେଲି କଳାକାର ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

You May Also Like

More From Author

+ There are no comments

Add yours