ବଡ଼ ଖବର:କଂଗ୍ରେସରେ ଯୋଗଦେବେ ସ୍ୱର୍ଗତ ପ୍ୟାରମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ସାଧାରଣ ନିର୍ବାଚନକୁ ପାଖାପାଖି ଆହୁରି ବର୍ଷେ ରହିଲାଣି।ସେହି କ୍ରମରେ ସମସ୍ତ ରାଜନୈତିକ ଦଳରେ ବର୍ତ୍ତମାନ ସମୟରେ ମିଶ୍ରଣ ପର୍ବ ଚାଲିଛି।ଖବର ଅନୁସାରେ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି ଏକଦା ଗୋଟେ ସମୟରେ ବିଜେଡିର ଚାଣକ୍ୟ କୁହାଯାଉଥିବା ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡାକ୍ତର ସିକ୍ତା ପତି ଆଜି କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି।ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସରେ ଏବେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି । ଦଳକୁ ମଜବୁତ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଟାଣିବାକୁ ପ୍ରୟାସ କରୁଛି ପ୍ରଦେଶ କଂଗ୍ରେସ । ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ଘଟଣା ରାଜନୀତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।ଏବେ ପୁଣି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡାକ୍ତର ସିକ୍ତା ପତି କଂଗ୍ରେସରେ ଯୋଗଦାନ କରିବେ । ବୁଧବାର ସଂଧ୍ୟା ୫ଟାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ଜାଣିବାକୁ ମିଳିଛି । ଏହି ଅବସରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଚେଲ୍ଲାକୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ନିଜ ଫେସବୁକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।

You May Also Like

More From Author

+ There are no comments

Add yours