ରାଜ୍ୟପାଳଙ୍କ ଉପସ୍ଥିତିରେ ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ମହୋତ୍ସବ ପାଳିତ

 ଶବ୍ଦମିଡ଼ିଆ ବ୍ୟୁରୋ:ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକ ଗମ୍ଭାରିମୁଣ୍ଡାର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତି ଅବସରରେ ମୂଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଓଡିଶା, ପ୍ରଫେସର ଗଣେଶିଲାଲ  ଓ ସମ୍ମାନୀୟ ଅତିଥି ଭାବେ ଓଡିଶାର ଅନାନ୍ୟ ପ୍ରତିଭା ସାମ୍ବାଦିକ,ସମାଜସେବୀ ତଥା ବିଧାୟକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ପ୍ରଥମ ଦିନରେ ବାଣପୁରର ଅନାନ୍ୟ ପ୍ରତିଭା ଏ ଅଂଚଳର ବରପୁତ୍ର ମହାମହୀମ ରାଜ୍ୟପାଳ ଆନ୍ଧ୍ର ପ୍ରଦେଶ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ କୌଣସି ଅନିର୍ବାର୍ଯ୍ୟ କାରଣ ବଶତଃ ଯୋଗ ଦେଇନଥିଲେ। ଦୁଇ ଦୁଇଜଣ ରାଜ୍ୟପାଳଙ୍କୁ ନେଇ ଆନନ୍ଦ ଉଲ୍ଲାସର ସହ ପାଳନ କରିବାରେ ସଂପୂଣ୍ଣ ଅଂଚଳ ଦୀର୍ଘଦିନ ହେଲା ଚଳ ଚଂଚଳ ଥିବା ସମୟରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ଅନୁପସ୍ଥିତି ଉକ୍ତ ମହୋତ୍ସବ”ରେ ସାମାନ୍ୟ ଫିକା ପଡିବାର ଅନୁଭୁତି ପରିଲକ୍ଷିତ ହେବାର ଦୃଶ୍ୟମାନ ହେଉଥିଲା।ଆଜି ଦ୍ବିତୀୟ ତଥା ଉଦ୍ଯାପନ ଦିବସରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଷିଲାଲଙ୍କ ଉପସ୍ଥତି ଓ ମୂଖ୍ୟବକ୍ତା ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପସ୍ଥିତି ଆନନ୍ଦ ଉଲ୍ଲାସରେ ପରିସମାପ୍ତ ହୋଇଛି। ମାନ୍ୟବର ବିଧାୟକ ଖଣ୍ଡପଡା ଶ୍ରୀଯୁକ୍ତ ସୌମ୍ୟରଂଜନ ନିଜ ଅଭିଭାଷଣରେ ବାଣପୁର ଅନାନ୍ୟ ପ୍ରତିଭା ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନି କିଭଳି ଏକ ଅଭାବଭୟ ପରିସ୍ଥିତିରେ ଗତି କରିଥିଲା କିନ୍ତୁ ଶ୍ରୀଯୁକ୍ତ ମିଶ୍ରଙ୍କ ନିଷ୍ଠା ଓ ଆତ୍ମବିଶ୍ବାସ ବଳରେ ନିଜକୁ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଭାବେ କେବଳ ବାଣପୁର ନୁହେଁ ସମଗ୍ର ଓଡିଶାରେ ଗୌରବ ଅର୍ଜନ କରିପାରିଥିଲେ ଏକ ଦୃଷ୍ଟାନ୍ତ ପରିଭାଷାରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିବା ସହ ଶିକ୍ଷାଲାଭ ସହ ନିଜକୁ ପ୍ରତିଷ୍ଠା କରିବାର ଜିଜ୍ଞାସା ରଖିବା ଆବଶ୍ୟକ ନିଶ୍ଚିତ ଆବଶ୍ୟକ ଅନ୍ୟପକ୍ଷରେ ଶିକ୍ଷକ ମାନଙ୍କୁ ମଧ୍ୟ ବହୁ ଶିକ୍ଷଣିୟ ବିଷୟରେ ଅବଗତ କରାଇଥିଲେ। ସରକାରଙ୍କ ଦ୍ବାରା ଆଗତ କରାଯାଇଥିବା ସମସ୍ତ ସହଯୋଗ ସ୍କୁଲ,ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ଏହାର ମୂଲ୍ୟବୋଧକୁ ବୁଝିବା ଆବଶ୍ୟକ। ମହାମହିମ ରାଜ୍ୟପାଳ ଓଡିଶାଙ୍କ ଭିନ୍ନ ଥିଲା ଅଭିଭାଷଣ ଓ ଉଦ୍ଧିଷ୍ଠ ଥିଲା କେବଳ ଛାତ୍ର ଛାତ୍ରୀଙ୍କ ପାଇଁ। ଶେଷ ରେ ମହାମହିମ ଶୂନର ଅର୍ଥକୁ ବିଶ୍ଳେଷଣ କରିବାସହ ଅତୀ ସୁନ୍ଦର ଭାବେ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ପ୍ରଶ୍ନୋତର ସମ୍ବନ୍ଧରେ ବାର୍ତାଳପ କରିବା ଭାଷଣର ମୂଖ୍ୟ ଆକର୍ଷଣ ଥିଲା। ଶୂନ୍ୟ ବ୍ରହ୍ମର ବିଶେଦ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମକୁ ପତିତପାବନ ସରକାରୀ ସ୍କୁଲର ପରିଚାଳନା କମିଟିର ସଭାପତି ଡା.ସୁରେନ୍ଦ୍ର ନାଥ ଦାଶ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ପୂରାତନ ସ୍କୁଲ ଛାତ୍ରଛାତ୍ର (ଆଲୁମିନୀ)ଙ୍କ ସହଯୋଗରେ ଅତୀ ସରସ ସୁନ୍ଦର ଭାବେ ପ୍ରସ୍ତୁତ କରିଥିବା ସମୟରେ ଖୁବ୍ କମଦିନ ଭିତରେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଚଳା ଗୁରୁଙ୍କ ଦିନରାତି  ପରିଶ୍ରମ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୂଖ ଭୂମିକା ପାଇଁ ପ୍ରଶଂସିତ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ର ଦୂର୍ଗାଚରଣ ମହାରଣା ପରିଚୟ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ଗୀତ ପରିବେଶଣ କରାଯାଇଥିଲା ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ହାସଲ କରିଥିବା ଏହି ବିଦ୍ୟାଳୟର ଦୁଇ ପୂରାତନ ଛାତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିବା ଆଇ ଆଇ ସି. ଶ୍ରୀ ରମେଶ ପ୍ରଧାନ ଓ କଳାକାର ଶ୍ରୀ ବସନ୍ତ କୁମାରଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ମହାମହିମ ରାଜ୍ୟପାଳ ପ୍ରଫେସର ଗଣସିଲାଲଙ୍କ ଛୋଟ ପିଲାଙ୍କ ପାଇଁ ଏକ ପ୍ରଶ୍ନ ରଖିଥିଲେ ଓ ପ୍ରଶ୍ନର ଉତ୍ତରରେ ଖୁସି ହୋଇ ପିଲାଟିକୁ କୋଳାଗ୍ରତ କରିଥିଲେ ଯଦିଓ ଉତ୍ତର ସଂପୂଣ୍ଣ ନଥିଲା ତଥାପି ଉତ୍ତର ଦେବାର ସଠିକ ଶୈଳି ମହାମହିମଙ୍କୁ ସନ୍ତୋଷ ପ୍ରଦାନ କରିଥିଲା। ନିଜ ଅଭିଭାଷଣରେ ଛାତ୍ରଛାତୀଙ୍କ ସହ ମିଶିବା ଓ ସମ୍ମୁଖରେ ବସିବାରେ ଆନନ୍ଦ ମିଳିଥାଏ ସେପରୀ ବନ୍ଦୋବସ୍ତ ହୋଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ।

You May Also Like

More From Author

+ There are no comments

Add yours