ବାଣପୁର ବ୍ଲକରେ ଜିଲ୍ଲା ଜିଲ୍ଲା ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ

 ଶବ୍ଦମିଡ଼ିଆ ବ୍ୟୁରୋ:ବାଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଶେଷ ହୋଇଛି। ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରଦର୍ତିଙ୍କ ପତ୍ୟକ୍ଷ ତତ୍ବାବଧାନରେ ଉପ ଜିଲ୍ଲାପାଳ ଶ୍ରୀ ଦୀପ୍ତି ରଂଜନ ସେଠୀ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦିଗନ୍ତ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ,ଜିଲ୍ଲା ଅତିରିକ୍ତ ପୋଲିସ ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ମୁର୍ମୁ ତଥା ବାଣପୁର ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ,ତଥା ବ୍ଲକର ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ। ଏହିକାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜନ କରିଥିବା ସମୟରେ ବିଡିଓ ଶ୍ରୀମତି ବୁଲବୁଲ ବେହେରା ଓ ତହସିଲଦାର ଶ୍ରୀ କୁଞ୍ଜବିହାରୀ  ବଡଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟକ୍ଷ ବାଣପୁର ବିଜ୍ଞାପିତ ଅଂଚଳ ଶ୍ରୀ ମିଟୁ ନାୟକ, ଉପାଧ୍ୟକ୍ଷ ଖୋର୍ଦ୍ଧାଜିଲ୍ଲାପରିଷଦ ଶ୍ରୀ ଗୋପିନାଥ ମହାରଣା ତଥା ବ୍ଲକ ଓ ଏନଏସି ର ନିର୍ବାଚିତ ପ୍ରତିନିଧି ବ୍ଲକ ପରିସରରେ ରହି ଜନ ସାଧାରଣଙ୍କ ସମସ୍ୟାର ସମାଧାନରେ ସହଯୋଗ ପ୍ରଦାନ କରିଥିଲେ। ବାଣପୁର ପୋଲିସ ଆଇ ଆଇ ସି ଶ୍ରୀ ଜୟ ପ୍ରକାଶ ପରିଡା ସୁଚାରୁ ରୂପେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
 ଆଜିର ଯୁଗ୍ମ ଅଭିଯୋଗ ଶୁଣାଣୀରେ ମୋଟ ୭୯୨ ଅଭିଯୋଗ ଆସିଥିବା ବେଳେ ଆବାସ, ଭତ୍ତା,ରାଶନ ସମ୍ବନ୍ଧରେ ଅଧିକ ଅଭିଯୋଗ ଆସିଥିବା ବେଳେ କିଛି ସମସ୍ୟା ମୂଳକ ଅଭିଯୋଗର ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ସମ୍ମୁଖରେ ସମାଧାନ କରାଯାଇଥିବା ସ୍ଥଳେ କିଛି ଅମୀମାଂସିତ କାର୍ଯ୍ୟର ତୁରନ୍ତ ପର୍ଯ୍ୟବେକ୍ଷଣ ଓ ସମାଧାନ କରିବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।ଆଜିର କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ପରିସମାପ୍ତି ହୋଇଥିଲା।

You May Also Like

More From Author

+ There are no comments

Add yours