ଫ୍ରେବ୍ରୁଆରୀ ୨୬ ଅନୁଷ୍ଠିତ ହେବ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ସଦସ୍ୟ ନିର୍ବାଚନ

ଶବ୍ଦମିଡ଼ିଆ ବ୍ୟୁରୋ: ଫ୍ରେବ୍ରୁଆରୀ ୨୬ ତାରିଖରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି (ବୋର୍ଡ)ର ସଦସ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ରବିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ସରିଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୨୧ଜଣିଆ ବୋର୍ଡ ସଦସ୍ୟଙ୍କ ମଧ୍ୟରୁ ୧୧ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେଥିମଧ୍ୟରୁ ଓଡ଼ିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସଂପାଦକ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ଲଗାତର ୩ଥର ଜିତି ହ୍ୟାଟ୍ରିକ୍‌ ବିଜୟର ସ୍ୱାଦ ଚାଖିଛନ୍ତି।ସେହିପରି ରଞ୍ଜିତା କାହାଳି, ରଶ୍ମିରଞ୍ଜନ ଚୌଧୁରୀ, ଇମରାନ ଖାନ୍‌, ଟି. ପ୍ରସାଦରାଓ ଦୋରା, ସରସ୍ୱତୀ ସାହୁ, ଜିତେନ୍ଦ୍ର ନାରାୟଣ ସିଂହଦେଓ, ଜ୍ଞାନରଞ୍ଜନ ପରିଡ଼ା, ଦିଲ୍ଲୀପ କୁମାର ବିଶ୍ୱାଳ ଓ ଜୟଶ୍ରୀ ଗଡ଼ନାୟକ ପ୍ରମୁଖ ନିଦ୍ୱର୍ନ୍ଦ୍ୱରେ ଜିତିଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏବେ କେବଳ ୧୦ଜଣ ସଦସ୍ୟଙ୍କ ପାଇଁ ଲଢେଇ ହେବ ।

You May Also Like

More From Author

+ There are no comments

Add yours