ଆପଣ ମାନସିକ ଭାବେ ଦୃଢ ତ?

ଶବ୍ଦ ଓଡିଶା ବ୍ୟୁରୋ: ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ । ଅନେକ ସମୟରେ ଆମେ ଅନେକ ସ୍ଥିତି ଦେଇ ଗତିକରିଥାଉ । ଜୀବନରେ ଅନେକ ଭଲ ସମୟ ଆସୁଥିବା ବେଳେ ଅନେକ କଠିନ ପରିସ୍ଥିତି ମଧ୍ୟ ଆସିଥାଏ । ତେବେ ଏହା ସ୍ଥାୟୀ ହୋଇ ରହିନଥାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଜୀବନ ସବୁବେଳେ ଏକାଭଳି ହୋଇନଥାଏ । ଜୀବନରେ ଅନେକ ପରିବର୍ତ୍ତନକୁ ଖୁସିର ସହ ସ୍ୱୀକାର କରିବା ଦରକାର । ପରିସ୍ଥିତି ଅନୁସାରେ ନିଜକୁ ଢାଳିନେବା ମାନିସକ ଭାବେ ଲୋକଙ୍କ ଦୃଢତାର ପରିଚୟ କରାଇଥାଏ । ତେବେ ଆପଣଙ୍କ ମଧ୍ୟରେ ଅନେକ ମାନସିକ ଭାବେ ବହୁତ ଦୃଢଥାନ୍ତି । ଆସନ୍ତୁ ଜାଣିନେବା ଏଭଳି ବ୍ୟକ୍ତିଙ୍କ ମଧ୍ୟରେ କେଉଁ ସବୁ ଗୁଣ ଥାଏ ।
ଭାବନା ଏବଂ ତର୍କ ମଧ୍ୟରେ ସନ୍ତୁଳନ ରଖିଥାନ୍ତି: ମାନସିକ ଭାବେ ମଜବୁତ ଥିବା ଲୋକ ତର୍କ ଏବଂ ଭାବନା ମଧ୍ୟରେ ସନ୍ତୁଳନ ରଖିଥାନ୍ତି । ସେମାନେ ସେ ବାବଦରେ ଜାଣିଥାନ୍ତି ଯେ ଭାବନା ବିଚାର ଉପରେ କେତେ ପ୍ରଭାବ ପକାଇଥାଏ । ଏଥିପାଇଁ ଭାବନାତ୍ମକ ଭାବେ ପ୍ରତିକ୍ରିୟା ଦେବା ବଦଳରେ ତର୍କ ଉପରେ ଧ୍ୟାନ ଦେଇଥାନ୍ତି ।
ଡରର ସାମ୍ନା: ମାନସିକ ଭାବେ ଦୃଢଥିବା ବ୍ୟକ୍ତି ଡରର ସାମନା କରିବା ଜାଣିଥାନ୍ତି । ସେମାନେ ଭୟରେ କେବେ ପଛକୁ ହଟିନଥାନ୍ତି । ଏହିଭଳି ବ୍ୟକ୍ତି ଡର ସହ ଲଢେଇ କରିଥାନ୍ତି । ତାଙ୍କ ଭିତରେ ପ୍ରଚୁର ଆତ୍ମବିଶ୍ୱାସ ମଧ୍ୟ ରହିଥାଏ । ସାହାସର ସହ ଏମାନେ ପ୍ରତିଟି କ୍ଷେତ୍ରରେ ଲଢେଇ କରିଥାନ୍ତି ।
ନିଜକୁ ସ୍ୱୀକାର କରିଥାନ୍ତି: ମାନସିକ ଭାବେ ଦୃଢ ବ୍ୟକ୍ତି ନିଜକୁ ସ୍ୱୀକାର କରିବା ଜାଣିଛନ୍ତି । ସେମାନେ ଯେମିତି ସେମିତି ରହିବାକୁ ଭଲ ପାଇଥାନ୍ତି । ଯଦି ଆପଣ ନିଜ ଭିତରେ ଥିବା କମିକୁ ଜାଣନ୍ତି ତେବେ ଆପଣ ଅସୁବିଧା ସମୟରେ ଏଥିରୁ ବଞ୍ଚିପାରିବେ । ନିଜର ବ୍ୟକ୍ତିଗତ ବିକାଶ ପାଇଁ ଏମାନେ ସବୁ ସମୟରେ ପ୍ରୟାସ କରିଥାନ୍ତି । କାରଣ ମାନସିକ ଭାବେ ଦୃଢ ବ୍ୟକ୍ତି ଜାଣିଛନ୍ତି ଯେ କେଉଁଭଳି ଭାବେ ନିଜ ଭିତରେ ସୁଧାର କରାଯାଇପାରିବ ।
ଅସଫଳତାରେ ବ୍ୟସ୍ତ ହେବାର ନାହିଁ: ମାନସିକ ଭାବେ ଦୃଢ ବ୍ୟକ୍ତି ପରିସ୍ଥିତି ଅନୁସାରେ ନିଜକୁ ଢାଳିଦେଇଥାନ୍ତି । ଏମାନେ ଅସଫଳତା ଯୋଗୁ ଡରନ୍ତି ନାହିଁ । ସେମାନେ ଜାଣିଛନ୍ତି କଣ ଭୁଲ କଣ ଠିକ୍ । ତାଙ୍କର ପୂରା ଧ୍ୟାନ ଏହା ଉପରେ କେନ୍ଦ୍ରୀତ ରହିଛି । ସଫଳତା ପାଇବା ପାଇଁ ସେମାନେ ମାନସିକ ଶକ୍ତିର ଉପଯୋଗ କରିଥାନ୍ତି ।
ଦାୟିତ୍ୱ ସମ୍ପନ୍ନ ହୋଇଥାନ୍ତି: ଅନ୍ୟକୁ ଦୋଷ ଦେବା ପରିବର୍ତ୍ତେ ମାନସିକ ଭାବେ ଦୃଢ ଥିବା ବ୍ୟକ୍ତି ନିଜର ବ୍ୟବହାର, ବିକଳ୍ପ ଏବଂ କାର୍ଯ୍ୟ ପାଇଁ ନିଜକୁ ଦାୟୀ କରିଥାନ୍ତି । ଏହିଭଳି ବ୍ୟକ୍ତି କୌଣସି କାମର ପରିଣାମ, ସକରାତ୍ମକ କିମ୍ବା ନକରାତ୍ମକକୁ ନେଇ ବ୍ୟସ୍ତ ନଥାନ୍ତି ।

You May Also Like

More From Author

+ There are no comments

Add yours