ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି ।
ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ସମାଜବାଦୀ ଦଳର ସାଂସଦ ସଭାପତିଙ୍କ ଆସନକୁ ଆଙ୍ଗୁଠି ଦେଖାଉଥିବା ଦେଖିବାକୁ ମିଳିଛି । ତାଙ୍କ ଭାବ-ଭଙ୍ଗୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଜୟା ମଧ୍ୟ ଅନେକ ସମୟରେ ରାଗୁଥିବା ନଜର ଆସିଥାନ୍ତି । ସଂସଦରେ ଅସଂସଦୀୟ ଆଚରଣ ପାଇଁ ସପା ସାଂସଦଙ୍କୁ ଅନେକ ସମୟରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ମଧ୍ୟ ପଡିଥାଏ ।
ଚଳିତ ବଜେଟ ଅଧିବେଶନ ବେଳେ ସଦନରେ ହଙ୍ଗାମା ଚାଲିଥିଲା । ସଂସଦରେ ହୋହଲ୍ଲା କରିବା ଏବଂ ଏହାକୁ ରେକର୍ଡ କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏହାକୁ ନେଇ ଜୟା ବିରୋଧ କରିବା ସହ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଥିଲେ । ତାଙ୍କ କହିବା କଥା ଯେ ରଜନୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ଜୟା ଏହି ସମୟରେ ଗୃହର ମଧ୍ୟଭାଗକୁ ଆସି ସଭାପତିଙ୍କ ଆଡକୁ ଆଙ୍ଗୁଳି କରିଥିବା ଦେଖିବାକୁ ମିଳିଥିଲା

You May Also Like

More From Author

+ There are no comments

Add yours