ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ସହିତ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ । ଲୋକସେବା ଭବନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର । ସେହିପରି ଆଜି ମନ୍ତ୍ରିପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହେବ ।୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ଅନୁମୋଦନ ମିଳିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ସାଢ଼େ ୫ଟାରେ ପ୍ରଥମେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ । ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ବଜେଟକୁ ଅନୁମୋଦନ ଦିଆଯିବ । ଏହାପରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ସହିତ ମିଶନ ଶକ୍ତିରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତୀକରଣ କରିବା, ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ଓ ପୌରାଂଚଳର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଏନେଇ ରାଜ୍ୟ କ୍ୟାବିନେଟରେ ପଂଚାୟତିରାଜ ବିଭାଗ କିଛି ସ୍ୱତନ୍ତ୍ର ପ୍ରସ୍ତାବ ଆଣିବ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ସହିତ ଅତିରିକ୍ତ ବଜେଟକୁ ମିଶାଇ ପ୍ରାୟ ୨ଲକ୍ଷ ୧୬ହଜାର ୮୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ଏହା କେତେଦୂର କାର୍ଯ୍ୟାନ୍ୱୟନ ହୋଇଛି ଏବଂ କେଉଁ ବିଭାଗ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତା’ର ସମୀକ୍ଷା ଇତିମଧ୍ୟରେ ଶେଷ ହୋଇଛି । ଇତିମଧ୍ୟରେ ବିଭିନ୍ନ ବିଭାଗରୁ ଆସିଥିବା ପ୍ରସ୍ତାବ ଆଧାରରେ ଆଗାମୀ ବଜେଟ ଆକାର ୨ଲକ୍ଷ ୧୦ହଜାର କୋଟି ଟଙ୍କା ଟପିଲାଣି । ଆଗକୁ ଆଉ କେତେକ ବିଭାଗର ପ୍ରସ୍ତାବ ଯୋଡ଼ା ହେବାକୁ ରହିଛି । ସରକାରଙ୍କ ପକ୍ଷରୁ ଚଳିତଥର ପ୍ରାୟ ୧୨ପ୍ରତିଶତ ବଜେଟ ଆକାର ବୃଦ୍ଧି କରିବାକୁ ସରକାର ଅଙ୍କ କଷୁଥିବା ଜଣାଯାଇଛି । ରାଜ୍ୟ କ୍ୟାବିନେଟ୍ ନିଷ୍ପତି ପରେ ବଜେଟର ରୂପରେଖ ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି

You May Also Like

More From Author

+ There are no comments

Add yours