ଆଜିଠାରୁ ଆରମ୍ଭ ବାରବାଟୀ ଫେଷ୍ଟିଭାଲ

ଶବ୍ଦମିଡ଼ିଆ ବ୍ୟୁରୋ:କଟକ ପୁଣି ଆରମ୍ଭ ହେବାକୁ ଯାଉଛି ବାରବାଟୀ ଫେଷ୍ଟିଭାଲ କଟକବାସୀ ପୁଣି ଥରେ ବୁଲିବାର ସୁଯୋଗ ପାଇବେ । ଆଜିଠୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ । ଭଳିକି ଭଳି ନୃତ୍ୟ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ଷ୍ଟଲର ମଜା ନେବେ ଦର୍ଶକ । ଏହା 7 ଦିନ ଧରି ଉପର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ।2001 ମସିହାରୁ ଓଡିଶା ନୃତ୍ୟ ମଣ୍ଡଳ ଆନୁକୁଲ୍ୟରେ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ବାରବାଟୀ ନୃତ୍ୟ ଉତ୍ସବ ହୋଇ ଆସୁଅଛି । ଚଳିତ ବର୍ଷ ଏହା 22 ବର୍ଷରେ ପଦାର୍ପଣ କରିଥିବାରୁ ଏହାର ସ୍ବତନ୍ତ୍ର ନାମ ବାରବାଟୀ ଫେଷ୍ଟିଭାଲ ହୋଇଛି। ତେବେ ଏହି ଫେଷ୍ଟିଭାଲରେ ଓଡିଶାର କଳା ସ୍ଥାପତ୍ୟକୁ ବିଶେଷ ଭାବରେ ପ୍ରଦର୍ଶନ କରାଯିବ। ଏହାଛଡ଼ା ଭଳିକି ଭଳି ଖାଦ୍ୟ, ଘର କରଣା ସାମଗ୍ରୀ ଇତ୍ୟାଦି ଏହି ଫେଷ୍ଟିଭାଲରେ ଉପଲବ୍ଧ ହେବ ।

You May Also Like

More From Author

+ There are no comments

Add yours