Sun. Nov 29th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା ୧୮ ତାରିଖରରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ଆଉ ୧୨ଟି ଚିତାବାଘ ଆଣିବାକୁ ​ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ। ଜଙ୍ଗଲ ବିଭାଗର ଯୋଜନାନୁଯାୟୀ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ ଏକ ସ୍ବତନ୍ତ୍ର ବିମାନରେ ଗ୍ବାଲିୟରରେ ପହଞ୍ଚିବ। ସେଠାରୁ ଚିତାବାଘଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇ ଯନ୍ତାମୁକ୍ତ କରାଯିବ।ସୂଚନାଥାଉ କି ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ଯନ୍ତାମୁକ୍ତ କରି ୮ଟି ଚିତାବାଘକୁ କୁନୋ ଜଙ୍ଗଲରେ ଛାଡ଼ିଥିଲେ। ପ୍ରଥମଦଫାରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଚିତାବାଘ ଭଲରେ ଥିବା ଜଣାପଡ଼ିଛି।

By

Leave a Reply

Your email address will not be published. Required fields are marked *