ଶବ୍ଦମିଡ଼ିଆ ବ୍ୟୁରୋ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୧୩ଟି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ନୂଆ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସିଆରି ଓ ଲଦାଖ ଉପରାଜ୍ୟପାଳ ରାଧା କୃଷ୍ଣ ମାଥୁରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।ଲେପଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଥିବା ବେଳେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ସିକିମ ଓ ସିପି ରାଧାକୃଷ୍ଣନଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ପ୍ରତାପ ଶୁକ୍ଲାଙ୍କୁ ହିମାଚଳ ପ୍ରଦେଶ, ଗୁଲାବ ଚାନ୍ଦ କାଟେରିଆଙ୍କୁ ଆସାମ, ଜଷ୍ଟିସ ଏସ ଅବଦୁଲ ନଜିରଙ୍କୁ ଆନ୍ଧ୍ରପ୍ରଦେଶ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼, ସୁଶ୍ରୀ ଅନୁଶୁୟା ଉଇକେଙ୍କୁ ମଣିପୁର, ଲା ଗଣେଷନଙ୍କୁ ନାଗାଲାଣ୍ଡ, ଫଗୁ ଚୌହାନଙ୍କୁ ମେଘାଳୟ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ବିହାର, ରମେଶ ବୈଷଙ୍କୁ ମହାରାଷ୍ଟ୍ର ଓ ବ୍ରିଗେଡିଅର ଡଃ ବି ଡ଼ି ମିଶ୍ରଙ୍କୁ ଲଦାଖ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours