ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡର ନୂଆ ରାଜ୍ୟପାଳ।

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତଙ୍କ ଇସ୍ତଫାକୁ ସ୍ୱୀକାର କରିନେବା ସହ ଝାଡଖଣ୍ଡର ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ।

ସେହିଭଳି ଆସାମର ରାଜ୍ୟପାଳ ଭାବେ ଗୁଲାବ ଚନ୍ଦ୍ର କଟାରିଆ, ଶିବ ପ୍ରସାଦ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ, ଅବସରପ୍ରାପ୍ତ ବ୍ରିଗେଡୟିର ବିଡି ମିଶ୍ରାଙ୍କୁ ଲଦାଖର ଉପରାଜ୍ୟପାଳ, ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବ୍ରିକମ ପରନାୟକଙ୍କୁ ଅରୁଣାଚଳପ୍ରଦେଶ, ମଣିପୁରର ରାଜ୍ୟପାଳ ଭାବେ ଅନୁସୂୟା ୱିକି, ନାଗାଲାଣ୍ଡର ରାଜ୍ୟପାଳ ଭାବେ ଏଲ୍‌, ଗଣେଶନ, ମେଘାଳୟର ରାଜ୍ୟପାଳ ଭାବେ ଫାଗୁ ଚୌହ୍ୱାନ, ବିହାରର ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଓଲକର, ଆନ୍ଧ୍ରପଦେଶର ରାଜ୍ୟପାଳ ଭାବେ ପୂର୍ବତନ ବିଚାରପତି ଏସ. ଅବଦୁଲ ନଜୀର, ଝାଡଖଣ୍ଡର ରାଜ୍ୟପାଳ ଭାବେ ସିପି ରାଧାକୃଷ୍ଣନ, ସିକ୍କିମର ରାଜ୍ୟପାଳ ଭାବେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

You May Also Like

More From Author

+ There are no comments

Add yours