ଭୁବନେଶ୍ୱରରେ ଆୟୋଜିତ ଅନ୍ତଜାର୍ତୀୟ ରେଡ଼ିଓ ମେଳା ଉଦଘାଟିତ, ପ୍ରଦର୍ଶିତ ହେଲା ୩ ହଜାରରୁ ଅଧିକ ରେଡ଼ିଓ

ଶବ୍ଦମିଡ଼ିଆ ବ୍ୟୁରୋ:ନବମ ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳା ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜ କଳାମଣ୍ଡପଠାରେ ଫେବ୍ରୁଆରୀ ୧୧ରୁ ୧୩ ପର୍ଯ୍ୟନ୍ତ ୩ ଦିନ ଧରି ହେବାକୁ ଥିବା ଏହି ରେଡିଓ ମେଳାରେ ୩ ହଜାରରୁ ଅଧିକ ପ୍ରକାରର ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍‌ ରେଡ଼ିଓ ଓ ଗ୍ରାମଫୋନ ପ୍ରଦର୍ଶନ କରାଯାଇଥିଲା ।

ଜରୁରୀକାଳୀନ ପରିସ୍ଥିତିରେ ରେଡିଓର ଭୂମିକାକୁ ପ୍ରଦର୍ଶିତ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମଏ) ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲିଥିଲା ।

ଦିଲ୍ଲୀର ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲଟାଣ୍ଟସ୍‌ ଇଣ୍ଡିଆ ଲିମିଟେଡ(ବିଇସିଆଇଏଲ) ରେଡ଼ିଓ ଟ୍ରାନ୍‌ସମିଟର ଏବଂ ରେଡ଼ିଓ ଯନ୍ତ୍ରପାତି ପ୍ରଦର୍ଶନ କରିଥିଲା । ଏହା ସହିତ ସୁନୋ ସୁନାଓ ଅଡିଓ ଆପ୍‌, ରେଡିଓ ଚକୋଲେଟ୍‌, ଅଡିଅ ଅଡିବୁଲ ନିଜର ଷ୍ଟଲ ପକାଇ ଥିଲେ । ଏହା ଏସିଆ ମହାଦେଶର ଏକମାତ୍ର ରେଡିଓ ମେଳା । ଏଥିରେ ରେଡ ଏଫ୍‌ଏମ୍‌ର ପ୍ରୋଗ୍ରାମିଂ ହେଡ୍‌ ପ୍ରିୟ ଓ ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟିର ସହକାରୀ ପ୍ରଫେସର ସତ୍‌ନମ୍‌ ସିଂ ଯୋଗଦେଇଥିଲେ । ସୁବ୍ରତ ପତିଙ୍କ ପୌରହିତ୍ୟରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସନ୍ଧ୍ୟାରେ ଅତିଥି ଭାବେ ବାଂଲାଦେଶ ସୂଚନା ଏବଂ ପ୍ରସାର ମନ୍ତ୍ରୀ ହସନ ମେହମୁଦ୍‌, ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ, ରେଡ଼ିଓ ପଞ୍ଜାବର ନିର୍ଦ୍ଦେଶକ ତ୍ରିଷୁ ଶର୍ମା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇଥିଲେ।

You May Also Like

More From Author

+ There are no comments

Add yours