ବଲାଙ୍ଗିରରେ ସର୍ବସାଧାରଣରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗିର ସହରରେ ସର୍ବସାଧାରଣରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ । ରାଜେନ୍ଦ୍ର କଲେଜ ପରିସରରେ ଦୁଇ ଛାତ୍ରଙ୍କ ତଣ୍ଟି କାଟିବା ଘଟଣାକୁ ଦୁଇ ଦିନ ନପରୁଣୁ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି ।
ବଲାଙ୍ଗିର ରେଳ ଷ୍ଟେସନ ନିକଟସ୍ଥରେ ଜଣେ ପାନ ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ସଂଘବଦ୍ଧ ଭାବେ ଆକ୍ରମଣ କରି ଯୁବକଙ୍କର ଗୋଡ ଓ ହାତ କାଟି ଦେଇଛନ୍ତି ଦୁର୍ବୁତ୍ତ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣ ସ୍ଥାନୀୟ ପେଲେସ ଲାଇନର ପ୍ରେମ ପ୍ରକାଶ ନାୟକ ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours