ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡି ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟ ତୁଳସୀପୁର ଗାଁରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡ଼ିଯିବାରୁ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପବିତ୍ର ପାହନ ।
ତୁଳସୀପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀର ମେନ୍ ଗେଟ ନିକଟରେ ଗତକାଲି ସନ୍ଧ୍ୟାରେ ପବିତ୍ର ଓ ଆଉ କିଛି ପିଲା ଖେଳୁଥିଲେ। ଏହି ସମୟରେ ବେଳେ ଅର୍ଧ ଭଗ୍ନ ଅବସ୍ଥାରେ ଥିବା ଗେଟ୍‌ଟି ହଠାତ୍ ପବିତ୍ରଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

You May Also Like

More From Author

+ There are no comments

Add yours