ପିଣ୍ଟୁ ନନ୍ଦଙ୍କର ହେବ ଯକୃତ ପ୍ରତିରୋପଣ

ଶବ୍ଦ ଓଡିଶା ବ୍ୟୁରୋ: ଲିଭର ସିରୋସିସ୍ ରୋଗରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଦିଲ୍ଲୀର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଉଥିବାର ଖବର ମିଳିଛି । ପରିବାର ଲୋକଙ୍କ ଯକୃତ ସହ ପିଣ୍ଟୁଙ୍କ ଯକୃତର ସାମଞ୍ଜସ୍ୟ ରହିଛି । ତେଣୁ ତାଙ୍କ ପରିବାର ଲୋକ ହିଁ ପିଣ୍ଟୁଙ୍କୁ ଯକୃତ ଦାନ କରିବେ ବୋଲି ଜଣାପଡ଼ିଛି । ଆଉ ଏହି ଯକୃତକୁ ନେଇ ପିଣ୍ଟୁଙ୍କ ଠାରେ ପ୍ରତିରୋପଣ କରାଯିବ ।

ଲିଭର ସିରୋସିସରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ କହିଥିଲେ । କିନ୍ତୁ ଏଥିପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ସହାୟତା ଲୋଡିଥିଲେ ପିଣ୍ଟୁ । ପରେ ତାଙ୍କୁ ୭ ତାରିଖରେ ବିମାନ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ।

You May Also Like

More From Author

+ There are no comments

Add yours