ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଶବ୍ଦ ଓଡିଶା ବ୍ୟୁରୋ: କଟକରୁ ଗିରଫ ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।
୨୦୧୫ରେ ଦିଲ୍ଲୀ ପୁଲିସ୍ ସାଲେପୁରର ପଶ୍ଚିମକଛ ସାତବାଟିଆ ଗାଁରୁ ଅବଦୁର ରେହମାନକୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ସେ ବେଆଇନ୍ ଭାବେ ପାକିସ୍ତାନ ଗସ୍ତ କରିଥିଲା। ସେଠାରେ ରହି ଆତଙ୍କବାଦୀ ଟ୍ରେନିଂ ନେଇଥିଲା। ସେ ବେଆଇନ ମଦ୍ରାସା ଚଲାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ତଥା ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୁଲିସ୍ ହାତରେ ଲାଗିଥିଲା। ଏହି ଘଟଣା ସେତେବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ରାଜ୍ୟବାସୀଙ୍କୁ ଚକିତ କରିଥିଲା।

You May Also Like

More From Author

+ There are no comments

Add yours