ନାର୍କୋ ଆନାଲିସିସ ଟେଷ୍ଟ ରୁ ଜଣାପଡିଲା ଅଭଯୁକ୍ତ ଗୋପାଳ ଦାସ ଦୁଇ ମାସ ହେଲା ଖାଉ ନଥିଲେ ଔଷଧ

ଶବ୍ଦମିଡ଼ିଆ ବ୍ୟୁରୋ:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମାରିବା ପାଇଁ ନିଜର ଆକାଂକ୍ଷା ପୂରଣ କରିବା ଉଦ୍ଧେଶ୍ୟରେ ନିଜର ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ନିଜର ରୋଗ ପାଇଁ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ ଫରେନ୍ସିକ ସାଇନ୍ସ ନିର୍ଦ୍ଦେଶାଳୟରେ ହୋଇଥିବା ଲାଇ ଡିଟେକ୍ସନ ଟେଷ୍ଟ ଓ ନାର୍କୋ ଆନାଲିସିସ୍ ଟେଷ୍ଟ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ସେଥିମଧ୍ୟରୁ ଏହି ତଥ୍ୟଟି ଅନ୍ୟତମ।

ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ସେଠାକୁ ନେଇଯାଇଛି। ଆଜି ଗୋପାଳକୁ ଓଡ଼ିଶା ଆଣିବ କ୍ରାଇମବ୍ରାଞ୍ଚ ଟିମ୍ ଏବଂ ଆଜି ରିମାଣ୍ଡର ଚତୁର୍ଥ ଦିନ। ଏଡିଜି ଅରୁଣ ବୋଥ୍ରା ଓ ଡିଏସପି ରମେଶ ଚନ୍ଦ୍ର ଦୋରା ଏହି ଘଟଣାର ତଦାରଖ କରୁଛନ୍ତି। ଗତକାଲି ସକାଳ ୧୦ଟାରୁ ନାର୍କୋ ଆନାଲିସିସ୍ ଟେଷ୍ଟ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହୋଇଥିଲା।

ଗୋପାଳ କାହିଁକି ହତ୍ୟା କଲେ ଜାଣିବାକୁ ନାର୍କୋ ଟେଷ୍ଟ ହୋଇଛି। ମନ୍ତ୍ରୀଙ୍କ ସହ ‘ବ୍ୟକ୍ତିଗତ ଶତ୍ରୁତା’ ଏବଂ ‘ଆଦର୍ଶଗତ ମତଭେଦ’କୁ ନେଇ ଏପରି ଚରମ ପଦକ୍ଷେପର କାରଣ ବୋଲି ଜଣାପଡ଼ିଛି। ସେ ଜେରା ବେଳେ ବିଭିନ୍ନ ସମୟରେ ବୟାନ ବଦଳାଇ ଚାଲିଥିଲେ। ଯେଉଁଥିପାଇଁ ନାର୍କୋ ଆନାଲିସିସ୍ ଟେଷ୍ଟର ଆବଶ୍ୟକତା ଥିଲା। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରର ରିପୋର୍ଟରୁ ସୂଚନା ମିଳିଛି ଯେ, ଯଦିଓ ତଦନ୍ତକାରୀମାନେ ଜେରା ବେଳେ ଗୋପାଳ କହିଥିବା ଅନ୍ୟ ଦାଗି ଉପରେ କିଛି କହି ନାହାନ୍ତି ହେଲେ ସୂଚନା ରହିଛି ଯେ ଏହି ହତ୍ୟା ପଛରେ ସେ ହିଁ ଏକୁଟିଆ । ଏବଂ ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ନାହିଁ।

୫୪ ବର୍ଷୀୟ ଗୋପାଳ ଦାସ ମାନସିକ ରୋଗୀ ବୋଲି ପରିବାର ଲୋକେ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଦୀର୍ଘ ଦିନ ଧରି ସେ ବାଇପୋଲାର ଡିଜଅର୍ଡର ପାଇଁ ଔଷଧ ଖାଉଥିଲେ। ପୁଲିସ ଏବେ ଏହି ଅଭିଯୋଗର ସତ୍ୟତା ନେଇ ଖୋଳତାଡ଼ କରୁଛି। ତଦନ୍ତକାରୀମାନେ ମଧ୍ୟ ଜାନୁଆରୀ ୨୯ ରେ ଘଟିଥିବା ଘଟଣା ପଛର କାରଣ ବୋଲି ସୂତ୍ରରୁ ପ୍ରକାଶ। ହେଲେ ତଦନ୍ତ ଅଧିକାରୀ ଏ ବାବଦରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ନବ ଦାସ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ସାରି ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଟ୍ରାଫିକ ସୁରକ୍ଷା ଦାୟିତ୍ୱରେ ନିୟୋଜିତଥିବା ଗାନ୍ଧୀଛକ ଫାଣ୍ଡିର ଏଏସ୍ଆଇ ଗୋପାଳ ଦାସ ମନ୍ତ୍ରୀଙ୍କ କାର ପାଖକୁ ଆସି ଗୁଳି ମାରି ଦେଇଥିଲେ। ଯାହା ମନ୍ତ୍ରୀଙ୍କ ଛାତିରେ ପଶି ବାହାରି ଯାଇଥିଲା। ଆଉ ମନ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ଝାରସୁଗୁଡା ମେଡିକାଲ ପରେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

You May Also Like

More From Author

+ There are no comments

Add yours