କଣ ଆପଣଙ୍କ ନାଁରେ କେହି ଋଣ ନେଇପାରିବେ?

ଶବ୍ଦ ଓଡିଶା ବ୍ୟୁରୋ: ଏ ପ୍ରଶ୍ନ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କିନ୍ତୁ ଏଭଳି କିଛି ଦେଖିବାକୁ ମିଳୁଛି ଯେଉଁଠି ଆପଣଙ୍କ ପାନ କାର୍ଡକୁ ବ୍ୟବହାର କରି ଠକମାନେ ଲୋନ ନେଉଛନ୍ତି । ଉପଭୋକ୍ତାଙ୍କୁ ଏହି ବାବଦରେ ପରେ ଜାଣିବାକୁ ମିଳିଥାଏ । ସାଇବର ଠକେଇର ଏହି ସମୟରେ ଏଭଳି ହେବା କିଛି ବଡ କଥା ନୁହେଁ । ସାଇବର ଠକ ଲୋକଙ୍କ ଠାରୁ ଠକେଇ କରିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ଏହିଭଳି ଏକ ଠକେଇ ହେଉଛି ଲୋନ ଠକେଇ । ଏହା କୌଣସି ନୂଆ ତରିକା ନୁହେଁ ଅନେକ ସମୟରୁ ଏହା ଚାଲିଆସୁଛି । କରୋନା ମହାମାରୀ ସମୟରେ ତମାମ ଏଭଳି ଠକେଇର କଥା ସାମ୍ନାକୁ ଆସିଥିଲା । ଲୋନ ଠକେଇରେ ସାଇବର ଅପରାଧୀ କୌଣସି ଉପଭୋକ୍ତାଙ୍କ ନାଁରେ ଲୋନ ନେଇଯାଇଥାନ୍ତି, କିନ୍ତୁ ତାଙ୍କୁ ଏ ବାବଦରେ କୌଣସି ସୂଚନା ମିଳିପାରିନଥାଏ ।

ଯେତେବେଳେ ଏ ବାବଦରେ ତାଙ୍କୁ ଖବର ମିଳିଥାଏ ସେତେବେଳକୁୁ ତାଙ୍କ ନାଁରେ ଋଣ ବାବଦ ସୁଧ ବଢିସାରିଥାଏ । ତେବେ ଏଭଳି କ୍ଷେତ୍ରରେ ପ୍ରଥମ ପ୍ରଶ୍ନ ଆସିଥାଏ ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ନାଁରେ କେହି କେମିତି ଋଣ ନେଇପାରିବେ? ସେହି ଦ୍ୱିତୀୟ କଥାଟି ହେଉଛି ଆପଣଙ୍କ ଏସବୁ ବାବଦରେ ଜାଣିବେ କେମିତି? ତୃତୀୟ କଥାଟି ହେଉଛି ଆପଣ ଏଥିରୁ କେମିତି ବଞ୍ଚିପାରିବେ ?

ଠକମାନେ ଉପଭୋକ୍ତାଙ୍କ ପାନ କାର୍ଡ ଏବଂ ମୋବାଇଲ ନଂକୁ ନେଇ ପୂରା ଖେଳ ଖେଳିଥାନ୍ତି । ଏମାନେ ଲୋକଙ୍କ ନାଁରେ ଛୋଟ ଛୋଟ ଲୋନ ନେଇଥାନ୍ତି ଏଥିରେ ତାଙ୍କୁ ଭେରିଫିକେସନର ଆବଶ୍ୟକତା ନଥାଏ । ଗତ କିଛି ସମୟ ଧରି ଇନଷ୍ଟାଣ୍ଟ ଲୋନ ଆପ ଆସିବାରେ ଲାଗିଛି । ଏହି ଆପ ଆପଣଙ୍କୁ ପର୍ସନାଲ ଲୋନ ଦେଉଛନ୍ତି । ଠକ ଏହାର ଫାଇଦା ଉଠାଇ ଋଣ ନେଇଥାନ୍ତି । ଆପ ଗୁଡିକୁ ପାନ କାର୍ଡ ଏବଂ ମୋବାଇଲ ନଂ ନେଇ ଛୋଟ ଛୋଟ ଋଣ ପ୍ରଦାନ କରିଚାଲିଛନ୍ତି ।

ଆମେ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ନିଜର ପାନ କାର୍ଡ କିମ୍ବା ଆଧାରକାର୍ଡକୁ ଅନ୍ୟମାନଙ୍କ ସହ ସେୟାର କରିଥାନ୍ତି । ଆପଣଙ୍କ ପାନ କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ହୋଇଥାଏ । ଏହିସ୍ଥିତିରେ ଆପଣ ବ୍ୟାଙ୍କରୁ ଆପଣଙ୍କ ସିବିଲ ସ୍କୋରକୁ ଯାଞ୍ଚ କରିପାରିବେ । ବିଭିନ୍ନ ଏଜେନ୍ସି ଜରିଆରେ ମଧ୍ୟ ଆପଣ ଏହାକୁ ଜାଣିପାରିବେ । ଏହା କରିବା ଦ୍ୱାରା ଆପଣ ଆପଣଙ୍କ ନାଁରେ ଥିବା ଋଣ ବାବଦରେ ସମସ୍ତ ତଥ୍ୟ ପାଇପାରିବେ । ଯଦି କେହି ଆପଣଙ୍କ ନାଁରେ ଲୋନ ଥିବ ସେ ବାବଦରେ ମଧ୍ୟ ଜାଣିପାରିବେ । ଠକ ଯଦି ଋଣ ନେଇଥିବ ତେବେ ଆପଣ ଏ ବାବଦରେ ସବୁ ସୂଚନା ପାଇପାରିବେ ।

ଏଭଳି ସ୍ଥିତିରୁ ଆପଣ ବଞ୍ଚିବା ପାଇଁ ସତର୍କ ରହିବା ଆବଶ୍ୟକ । ଅର୍ଥାତ ସାବଧାନ ରହିବା ହିଁ ଆମ ପାଇଁ ସୁରକ୍ଷା । ଆଧାର କାର୍ଡ ଏଐବଂ ପାନ କାର୍ଡଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜର ତଥ୍ୟ କାହାକୁ ଦିଅନ୍ତୁ ନାହିଁ । କୌଣସି ପରିସ୍ଥିତିରେ ଏହାକୁ ସେୟାର କରନ୍ତୁ ନାହିଁ । ଯଦି କୌଣସି ସ୍ଥାନରେ ଏହାକୁ ଦେଉଛନ୍ତି ତେବେ ସେ ବାବଦରେ ସ୍ପଷ୍ଟ ବାବଦରେ ଲେଖନ୍ତୁ । ଏହା ହେବା ଦ୍ୱାରା କେବଳ ଏହା ସେହିକାମ ପାଇଁ ହିଁ ବ୍ୟବହାର ହୋଇପାରିବ ।

You May Also Like

More From Author

+ There are no comments

Add yours