ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ପୁଲିସ୍ ସବ-ଇନ୍ସପେକ୍ଟର ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସରକାରୀ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି ସମ୍ପର୍କିତ ୨୦୨୨ ମସିହା ଜାନୁଆରୀ ୧୫ ତାରିଖର ବିଜ୍ଞପ୍ତି କାହିଁକି ରଦ୍ଧ କରାନଯିବ, ସେ ନେଇ ଜବାବ ଦାଖଲ କରିବାକୁ ସରକାରଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ। ଆବେଦନକାରୀ ମନୋରଞ୍ଜନ ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
