Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପରେ ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ‌ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ । ତୁର୍କୀର ହତୟ ପ୍ର‌ଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଅସୁବିଧାର ସାମ୍ନା କରୁଛନ୍ତି ।
ଭୂକମ୍ପର ୯୦ ଘଣ୍ଟା ପରେ ହାଟାୟ ପ୍ରଦେଶର ସମନଦଗ ଜିଲ୍ଲାରେ ନିଜ ମାଙ୍କ ସହ ୧୦ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ସେହିପରି ହାଟାୟରେ ଆସିଆ ଡୋନମେଜ ନାମ୍ନୀ ଜଣେ ସାତ ବର୍ଷର ବାଳିକାକୁ ୯୫ ଘଣ୍ଟା ପରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା

Leave a Reply

Your email address will not be published. Required fields are marked *