ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ ଚଳନ୍ତା ଟ୍ରକ୍‌ରେ ନିଆଁ । ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ। ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତେରଵେଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଗାଡି ଭିତରୁ ଡ୍ରାଇଭର ବାହାରି ପାରିନଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଡ୍ରାଇଭର କ୍ୟାବିନ ଭିତରେ ଚାପି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ଖବର ପାଇ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସେତେବେଳକୁ ଗାଡ଼ି ସହ ଡ୍ରାଇଭର ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

You May Also Like

More From Author

+ There are no comments

Add yours