Sat. Oct 17th, 2026
ଶବ୍ଦ ମିଡ଼ିଆ ବ୍ୟୁରୋ: ଏସିଆ କପ୍‌ ଲଢ଼େଇ କେଉଁଠି ହେବ? ଏହାକୁ ନେଇ ବର୍ତ୍ତମାନ ଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ଚର୍ଚ୍ଚା ହେଉଛି ଯେ ଏଥର ବି ଏସିଆ କପ ୟୁଏଇରେ ହୋଇପାରେ। ଏହାର ନିଷ୍ପତ୍ତି ମାର୍ଚ୍ଚରେ ହେବ। ଏଥର ଏସିଆ କପ ଆୟୋଜନ କରିବାର ଅଧିକାର ପାକିସ୍ତାନ ନିକଟରେ ରହିଛି। ହେଲେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯାଇ ଏସିଆ କପ ଖେଳିବାକୁ ଚାହୁଁ ନାହିଁ।ଏଭଳି ସ୍ଥିତିରେ ପୂର୍ବତନ ପାକିସ୍ତାନ କ୍ରିକେଟର ଏହାଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଜାବେଦ ମିୟାଦାଦ କହିଛନ୍ତି, ଭାରତ ଭୁଲ କରୁଛି। ଯଦି ଭାରତ ପାକିସ୍ତାନ ଆସି ଏସିଆ କପ ନଖେଳୁଛି ତେବେ ଆଇସିସି ଏହାଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ଏବଂ ଏହାକୁ ବ୍ୟାନ କରିଦେବା ଆବଶ୍ୟକ। ଅନ୍ୟପଟେ ପାକିସ୍ତାନ ବୋର୍ଡ ବିଶ୍ୱକପରେ ନିଜକୁ ଅଲଗା ରଖିବା କଥା ମଧ୍ୟ କହିଛନ୍ତି।
ଏପରି ବୟାନବାଜି ମଧ୍ୟରେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱନି ନିଜର ୟୁଟ୍ୟୁବ ଭିଡିଓରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ସମ୍ଭବ ନୁହେଁ ଯେ ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବ ନାହିଁ। ସେ ଆହୁରି କହିଛନ୍ତି, ଏଥର ଏସିଆ କପ ଶ୍ରୀଲଙ୍କାରେ ହେବା ଆବଶ୍ୟକ। ସବୁଥର ଦୁବାଇରେ ହେଉଛି। ନିଜର ୟୁଟ୍ୟୁବ ଭିଡିଓରେ ଅଶ୍ୱନି କହିଛନ୍ତି, ପୂର୍ବରୁ ମଧ୍ୟ ପାକିସ୍ତାନ ପକ୍ଷରୁ ଏପରି ବୟାନ ଆସୁଥିଲା ଯେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଆସିବ ନାହିଁ। ଏପରି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଯାଉଥିଲା। ମୁଁ ଚାହୁଁଛି ଏଥର ଏସିଆ କପ ଶ୍ରୀଲଙ୍କାରେ ଖେଳାଯାଉ।
ସୂଚନା ଥାଉକି ଏସିଆ କପ ୨୦୨୩ ସେପ୍ଟେମ୍ୱରରେ ହେବାକୁ ଯାଉଛି। ଏପରି ସ୍ଥିତିରେ କେଉଁଠାରେ ଆୟୋଜନ ହେବ ଏସିଆ କପ। ଏହାକୁ ନେଇ ମାର୍ଚ୍ଚରେ ହେବ ନିଷ୍ପତ୍ତି।

By

Leave a Reply

Your email address will not be published. Required fields are marked *