ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଘଟଣାସ୍ଥଳକୁ ଯିବେ ଜଷ୍ଟିସ ଜେ.ପି ଦାସ

ଶବ୍ଦ ଓଡିଶା ବ୍ୟୁରୋ: ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ଘଟଣାସ୍ଥଳକୁ ଯିବେ । କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରୁଛି, ତାର ସେ ତଦାରଖ କରିବେ । ଝାରୁସୁଗୁଡାରେ ପହଞ୍ଚିବା ପରେ ଜଷ୍ଟିସ ଜେ.ପି ଦାସ କହିଛନ୍ତି , କ୍ରାଇମ ରିକ୍ରିଏସନ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବ । ତଦନ୍ତ ସମୟରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ ।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ନିକଟରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। କଟକସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଥିଲେ ।

You May Also Like

More From Author

+ There are no comments

Add yours