
ଫୁଲ ମାଳ ଦେବା ପରେ କେମିତି ଗୁଳି ଚଲାଇ ସେଠୁ ଆସିଥିଲା, ଗୁଳି ମାଡ଼ ପରେ ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇ ଛିା ହାତରେ ଏକ ଡେମୋ ବନ୍ଧୁକ ଧରି ତାକୁ ଏସବୁ କରିବାକୁ କହିଥିଲେ କ୍ରାଇମବ୍ରାଞ୍ଚ ଟିମ।ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ପୂରା ନାଁ ଗୋପାଳକୃଷ୍ଣ ଦାସ । ପ୍ରଥମେ ବ୍ରହ୍ମପୁରରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଚାକିରିରେ ପଦୋନ୍ନତି ପରେ ଏଏସ୍ଆଇ ଭାବେ ନିଯୁକ୍ତି ପାଇଥିଲେ । ASI ନିଯୁକ୍ତି ପରେ ଝାରସୁଗୁଡ଼ା ରେ ଅବସ୍ଥାପିତ ଥିଲେ । ଝାରସୁଗୁଡ଼ାରେ ସେ ୧୨ ବର୍ଷରୁ ଅଧକ ସମୟ ହେବ କାର୍ଯ୍ୟ କରିଆସୁଛନ୍ତି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଗୋପାଳ ।
ତେବେ ନବ ଦାସଙ୍କୁ କାହିଁକି ଗୁଳିକରି ହତ୍ୟା କଲା ଗୋପାଳ ? ୧୦ ଦିନ ପରେ ବି ରହସ୍ୟ ଫିଟୁନଥିବାରୁ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ନବ ଦାସଙ୍କ ହାଇସ୍କୁଲ ଶିକ୍ଷକ। ହତ୍ୟାକାରୀ ପକେଟରେ ଚିଠି ୨ ଦିନ ରହିବା ଓ ଟଏଲେଟ୍ ଫ୍ଲସକୁ ନେଇ ପ୍ରଶ୍ନ କରିଛନ୍ତି ନବଙ୍କ ଶିକ୍ଷକ ଭକ୍ତ ପ୍ରସାଦ ନନ୍ଦ।କହିଛନ୍ତି, ଚିଠି ପ୍ରସଙ୍ଗ ପରେ ବିଶ୍ବାସ ହେଉନି, ତଦନ୍ତ ଠିକ୍ ସ୍ଥାନରେ ପହଞ୍ଚିବ। ତଦନ୍ତ ସଫଳ ହେଲେ CMଙ୍କ ଗୌରବ ରହିବ, ନହେଲେ ଗାରିମା କମିବ।
କାଲି ସରୁଛି ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ଅବଧି। ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ ନା ନାହିଁ ? କ୍ରାଇମବ୍ରାଞ୍ଚ କେବେ
ହତ୍ୟାର ସମ୍ପର୍କରେ ସମସ୍ତ ତଥ୍ୟ ସହିିିତ ଖୁଲାସା କରିବ ? ତାକୁ ସମସ୍ତଙ୍କର ଅପେକ୍ଷା।